କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ନୂଆପଡା ଜିଲ୍ଲା କ୍ରୀଡା ସଂଘ ଓ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା 

ନୂଆପଡା,୬/୫ : ସ୍ଥାନୀୟ ଗୋଡ଼ଫୁଲା ବରଗଛ ପଡିଆ ଠାରେ ବିଜେପି ନୂଆପଡା ନିର୍ବାଚନ ମଣ୍ଡଳୀ ତରଫରୁ ନବ ନିର୍ବାଚିତ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କୁ ସମ୍ବର୍ଧନା ଜ୍ଞାପନ କରିବା ସହ ସାଧାରଣ ଜନତାଙ୍କୁ ଧନ୍ୟବାଦ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି କୃଷକ ମୋର୍ଚ୍ଚା ଶ୍ରୀଯୁକ୍ତ ମହାନ୍ତି, ରାଜ୍ୟ ଉପସଭାପତି ପ୍ରସନ୍ନ ପାଢ଼ୀ, ରାଜ୍ୟ ଏସଟି ମୋର୍ଚ୍ଚା ଉପସଭାପତି ଶ୍ରୀଯୁକ୍ତ ଖାଁମସିଂ ମାଝୀ, ରାଜ୍ୟ ଏସସଟି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ହୋମସିଂ ମାଝୀ, ଚତୁର୍ଭୁଜ ଶର୍ମା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମରେ ନୂଆପଡା ବିଧାନସଭା କ୍ଷେତ୍ରରୁ ଶତାଧିକ ବିଜେପି କର୍ମୀ ଯୋଗ ଦେଇ ଥିଲେ ।

Udyog Nursery
Udyogi Nursery

ଏହା ପୂର୍ବରୁ ଏକ ମନୋରମ ସନ୍ଧ୍ୟା ମିନି ଷ୍ଟାଡିଅମ ଠାରେ ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ମଧ୍ୟ ଶ୍ରୀଯୁକ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟାକ୍ରମରେ ଓ.ସି.ଏ ଉପସଭାପତି ସରୋଜ ସାହୁ (ଭୈରବ ସାହୁ ), ଜିଲ୍ଲା କ୍ରୀଡା ସଭାପତି ପ୍ରକାଶ ସାହୁ, ପୂର୍ବତନ ଖେଳାଳି ସୁରେଶ କୁମାର ସାହୁ,

ବିଜେପି ଯୁବ ମୋର୍ଚ୍ଚା ସଭାପତି ଦିଲୀପ ନିର୍ମଲକର, ସରିତା ସିଂ, ହୋମସିଂ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ସୁଧୀର ମିଶ୍ର, ଅଶୋକ ଦେବାଙ୍ଗନ ତଥା ଯୁବ ଖେଳାଳି ଜାନୁ ମିଶ୍ର, ପ୍ରୟାଶ ଠାକୁର, ଯନି, ରାଜୁ କେତକୀ, ରୁକେଶ କୂମାର ପ୍ରମୁଖ ଉପସ୍ଥିତ ଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର (ବାଗ)ଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.