ପ୍ରଦୁଷଣ ରୋକିବାକୁ ହେଲେ ସବୁଜ ବିପ୍ଳବ ଏକମାତ୍ର ବିକଳ୍ପ

ଉତ୍କଳ ଆଲୁମିନା କମ୍ପାନୀରେ ବିଶ୍ୱ ପରିବେଶ ଦିବସ ପାଳିତ

 

ଋାୟଗଡ,୬/୬ : ବିଶ୍ବ ପରିବେଶ ଦିବସ ଅବସରରେ ଜନ ସଚେତନତା ପାଇଁ ଉତ୍କଳ ଆଲୁମିନା କମ୍ପାନୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ପରିବେଶ ସୁରକ୍ଷା ଓ ଏହାର ପୋଷଣୀୟ ବିକାଶ ନିମନ୍ତେ ସଚେତନତା ପାଇଁ ଅଂଶୀଦାର ଥିବା ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡାର ଉତ୍କଳ ଆଲୁମିନା କମ୍ପାନୀ ଆନୁକୂଲ୍ୟରେ ବୁଧବାର ଦିନ ପ୍ଳାଣ୍ଟ ଓ ମାଇନ୍ସ ଅଂଚଳରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିତ୍ୟ ବିର୍ଲା ପବ୍ଳିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିବା ବେଳେ ନୂଆପଡା ଟାଉନସିପ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପରିବେଶକୁ ସୁରକ୍ଷା ଯୋଗାଇବା ଶପଥ ପାଠ କରାଯାଇଥିଲା । ସେହିପରି ଉତ୍କଳ ଆଲୁମିନା କମ୍ପାନୀ ପରିସରରେ ମଧ୍ୟ ଅଧୀକାରୀ ଓ କର୍ମଚାରୀମାନେ ଶୋଭାଯାତ୍ରା କରିଥିବା ବେଳେ ପାୱାର ପ୍ଳାଣ୍ଟ ଠାରେ ବୃକ୍ଷରୋପଣ କରିଥିଲେ । ଉଷାପଡା ଟାଉନସିପ ଠାରେ ମଧ୍ୟ ଉତ୍କଳିନା ଲେଡିଜ କ୍ଳବ ପକ୍ଷରୁ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

Omkar Vasthu
Omkar Vasthu

ଦ୍ବିତୀୟ ଦିବସରେ ବାୟୁ ପ୍ରଦୁଷଣ ଓ ଗ୍ଳୋବାଲ ୱାର୍ମିଂ, ଜଙ୍ଗଲ କ୍ଷୟ, ଉଦ୍ଭିଦ ବଂଶ ନାଶ, ଭୂତଳ ଜଳ ହ୍ରାସ ଏବଂ ଅଂଚଳରେ ପଲିଥିନ୍ ବନ୍ଦ କରିବା ଉପରେ ଆଲୋକପାତ 

Pearl dental clinic
Near Ashish Medical Store, Bhawanipatna

ଆଜି (ଗୁରୁବାର) ଏହି ପରିବେଶ ଦିବସ ପାଳନ ଅବସରର ଦ୍ୱିତୀୟ ଦିନର ବିଦାୟ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କର୍ମଚାରୀ, ଅଧିକାରୀ, ମହିଳା ଓ ପିଲାମାନଙ୍କୁ ବର୍ତମାନର ଜ୍ୱଳନ୍ତ ପରିବେଶ ପାଇଁ ଉଦାହରଣ ସାଜୁଥିବା କାରଣଗୁଡିକ ମଧ୍ୟରେ ବାୟୁ ପ୍ରଦୁଷଣ ଏବଂ ଗ୍ଳୋବାଲ ୱାର୍ମିଂ, ଜଙ୍ଗଲ କ୍ଷୟ, ଉଦ୍ଭିଦ କୂଳର ଲୋପ ପାଇବା, ଭୂତଳ ଜଳ ହ୍ରାସ ହେବା ଏବଂ ଅଂଚଳରେ ପଲିଥିନ୍ ବ୍ୟବହାର ବନ୍ଦ କରିବା ଏବଂ ପରିବେଶକୁ କିପରି ସୁରକ୍ଷା ଦେବା ଭଳି ଅଭ୍ୟାସ ଉପରେ ଆଲୋକପାତ କରାଯାଇଥିଲା । ଏହି ସମାରୋହ କାର୍ଯ୍ୟକ୍ରମକୁ କମ୍ପାନୀର ୟୁନିଟ୍ ହେଡ୍ ତଥା ସଭାପତି ଏନ.ନାଗେଶ ଶୁଭାରମ୍ଭ କରିଥିବା ବେଳେ ମାଇନ୍ସ ଅଂଚଳରେ ବିଶ୍ୱ ପରିବେଶ ଦିବସରେ ମାଇନ୍ସ ଉପସଭାପତି ବିଆରକେ ପାଢୀ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।

Udyog Nursery
Udyogi Nursery

 

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.