ଅଜଣା ଇସାରେ
ଅଦେଖା ଛବିରେ
ଅଛି କେତେ ତୁମ ଯାଦୁ,
ତୁମ ସେ ଆଖିର
ପ୍ରତିଟି ପଲକ
କରିଦିଏ ମତେ କାବୁ।।
ପ୍ରୀତିର ପୁଲକେ
ସ୍ମୃତିର ଝଲକ
ଅଧିର ଏ ମନ ଏତେ,
କହିବନି କେବେ
ତୁମ ସେ ନୟନେ
ଅଛି କୋଉ କଥା କେତେ।।
ପ୍ରେମର ମହକ
ଖେଳୁଛି ଏ ମନେ
ତୁମ ଆଖି ଧାରେ ଧାରେ,
ଖୁସିର ଝରଣା
ବହି ବହି ଯାଏ
ଲାଜରେ କାହିଁ ସେ ମରେ।।
ଓଠ ଖୋଲି ଥରେ
ନ କହିଲେ ନାହିଁ
ତୁମ ଆଖି ଦିଏ କହି,
ଭାବନାରେ କେବେ
ଚୁପି ଚୁପି ଆସି
ମନେ କର ଏତେ ଛଇ।।
ତୁମ ପାଇଁ ମୋର
ଲୁହ ର ଝରଣା
ଆଖିରେ ଯାଉଛି ବହି,
ସେଦିନ କୁ ମୋର
ରହିଛି ଅପେକ୍ଷା
ମନ ଖୋଲି ଦେବ କହି।।
ଜାଣିନି ମୁଁ ନାଁ
ଦେଖିନି ମୁଁ କେବେ
ସପନେ ଆସୁଛ ନୀତି,
ହେଲେ ସେ କି ଗାଁ
ଯେଉଁଠି ଯେ ଅଛି
ପ୍ରୀତି ବୋଳା ତୁମ ସ୍ମୃତି।।
ନୂଆ ଦୁନିଆ ରେ
କରିଛି ମୁଁ ଘର
ତୁମକୁ ଅବା କି ଜଣା,
ନାଇଁ ରାଗ ରୁଷା
ମାନ ଅଭିମାନ
ପ୍ରେମରେ ଭରେ ଦୁନିଆ।।
ସରିତା ସେନାପତି
ଗ୍ରା/ପୋ-ସିଠାଲ
ଜିଲ୍ଲା-କଟକ
ମୋ : ୯୩୪୮୯୧୫୦୪୭
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ