ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୋଣାର୍କ ମହୋତ୍ସବର ଦ୍ୱିତୀୟ ଦିନରେ ବାଲୁକା କଳାର ବିଷୟବସ୍ତୁ ଥିଲା “ଜୈବ ପର୍ଯ୍ୟଟନ”। ଏଥିରେ ଭାଗ ନେଇଥିବା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଓ ତାଙ୍କ ସହକର୍ମୀ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ ଏବଂ ମଳୟ ରଞ୍ଜନ ମହନ୍ତ ବାଲୁକା କଳାରେ ‘ସେଭ୍ ଟାଇଗର୍’ର ବାର୍ତ୍ତା ଦେଇଥିଲେ।