ରାୟଗଡାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ପାଳିତ

ଓଡ଼ିଆ ବାର୍ତ୍ତା /ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୩ ରାୟଗଡା ସହର ସ୍ଥିତ ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଅନୁଷ୍ଠିତ ହୋଇଅଛି। ଉକ୍ତ ଦିବସରେ ପୂର୍ବାହ୍ନରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ, ରାୟଗଡ ନିର୍ବାଚନ ମଣ୍ଡଳୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଅଧ୍ୟକ୍ଷା ଜିଲ୍ଲା ପରିଷଦ, ରାୟଗଡା ସୁଶ୍ରୀ ସରସ୍ଵତୀ ମାଝୀ, ଅଧ୍ୟକ୍ଷା ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡା ଅନୁସୂୟା ମାଝି, ଅଧକ୍ଷା, ପଞ୍ଚାୟତ ସମିତି, ରାୟଗଡା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ରାୟଗଡା ହରପ୍ରସାଦ ହେପୃକା, ଉପାଧ୍ୟକ୍ଷା, ପୌର ପରିଷଦ, ରାୟଗଡା ଶୁଭ୍ରା ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ରାୟଗଡା ଭାସ୍କର ରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡା ସିମାଞ୍ଚଳ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲିନୁର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଗୁଣୁପୁର ଏଲ. ସନ୍ତୋଷ କୁମାର, ରାୟଗଡ଼ ଭିନ୍ନକ୍ଷମ ମହାସଙ୍ଘର ସଭାପତି ଶିଶିର ରାଉଳ, ସମ୍ପାଦକ ଅମରେନ୍ଦ୍ର ନାଥ, ଓଡିଶା ବିକଳାଙ୍ଗ ମଞ୍ଚ ରାୟଗଡା ଜିଲ୍ଲା ଶାଖା ସଭାପତି ରାକେଶ ହିମିରିକା, ସମ୍ପାଦକ ଜଳନ୍ଧାର ବାଚେଲି ପ୍ରମୁଖ ମଞ୍ଚାସିନ ହୋଇଥଏ। ସଭା ପରେ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଧାୟକ ମକରନ୍ଦ ମୁଦୁଲି ସବୁଜ ପତାକା ଦେଖାଇ ଭିନ୍ନକ୍ଷମ ବ୍ୟକ୍ତି ତଥା ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ନେଇ ସଙ୍ଗଠିତ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଯାହା ବିଜୁ ପଟ୍ଟନାୟକ ଅଡିଟରିୟମ ଠାରୁ ଆରମ୍ଭ କରି ଆମ୍ବେଦକର ପ୍ରତିମୂର୍ତ୍ତି ଛକ ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ପୁଣି ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଶେଷ ହୋଇଥିଲା। ଉକ୍ତ ସମୟରେ ଅଡିଟରିୟମ ପରିସରରେ ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ ଚେୟାର ରେସ, ଟ୍ରାଇ ସାଇକେଲ ରେସ, ମ୍ୟୁଜିକ ଚେୟାର ଓ ବଲ ଥ୍ରୋ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା। ଏତଦବ୍ୟବିତ ରାୟଗଡା ବ୍ଲକର ୧୨ ଜଣଙ୍କୁ ମଧୁବାବୁ ଭତ୍ତା ସହ ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଗଲା। ରାୟଗଡ଼ ଜିଲ୍ଲାରେ ୨୦୨୩ ବର୍ଷରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା। ଏହାପରେ ନୃତ୍ୟ ଓ ସଙ୍ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଦିବସରେ ସମସ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସହ କନିଷ୍ଠ କିରାଣୀ ଓ ପି.ଏ ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.