ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡିଶା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଆଜି ବାଲେଶ୍ୱର ସହର ସ୍ଥିତ ଉତ୍କଳ ବାଳାଶ୍ରମ ପରିସରରେ ଏକ ଏକଦିବସୀୟ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ମନସ୍ୱିନୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସାଧାରଣ ବିଦ୍ୟାଳୟ, ଭିନ୍ନକ୍ଷମ ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନର ସର୍ବମୋଟ ୧୫୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବରେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ ଦାସ, ରେମୁଣା ଡାଏଟର ପୂର୍ବତନ ଆର୍ଟ ଶିକ୍ଷକ ଶ୍ରୀ ବ୍ରଜନାରାୟଣ ଷଡଙ୍ଗୀ ଏବଂ ବାଗୁଡି ଜବାହାର ନବୋଦୟ ବିଦ୍ୟାଳୟର ଆର୍ଟ ଶିକ୍ଷକ ଶ୍ରୀ ଧର୍ମପଦ ବିଶ୍ୱାଳ ଯୋଗ ଦେଇ କୃତୀ ପିଲାମାନଙ୍କର ମାନ ନିର୍ଦ୍ଧାରଣ କରିଥିଲେ। ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଏବଂ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରି ଏହି ଚିତ୍ରକଳା ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଚିତ୍ରକଳା ପ୍ରତିଯୋଗିତା ମୋଟ ୫ଟି ବର୍ଗରେ ଅନୁଷ୍ଠିତ ହୋଇଥିବା ବେଳେ ତନ୍ମଧ୍ୟରୁ ସାଧାରଣ ପିଲାଙ୍କ ପାଇଁ ତିନୋଟି ବର୍ଗ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୫ବର୍ଷରୁ ୧୮ବର୍ଷ ପିଲାମାନଙ୍କ ମଧ୍ୟରେ ଥିବା ଚିତ୍ରକଳାର ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.