ଚିନ୍ମୟ ମିଶନ ବାଲେଶ୍ବର ଶାଖା ତରଫରୁ ଗୀତା ଜ୍ଞାନ ଯଜ୍ଞ ପ୍ରବଚନ ଉଦ୍‌ଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚିନ୍ମୟ ମିଶନ ବାଲେଶ୍ଵର ଶାଖା ତରଫରୁ ମୋତିଗଞ୍ଜ ବଜାର ସ୍ଥିତ ରାଜସ୍ଥାନ ଭବନରେ ଚାରିଦିନ ବ୍ୟାପୀ ହେବାକୁ ଥିବା ଗୀତା ଜ୍ଞାନଯଜ୍ଞ ଗତକାଲି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବାରିପଦା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ଵାମୀ ଗୋବିନ୍ଦାନନ୍ଦ ସରସ୍ଵତୀ, ବାଲେଶ୍ଵର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ, ଉଦଳା ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଚ୍ୟୁତ ଚୈତନ୍ୟ, ଭଦ୍ରକ ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ନିରଞ୍ଜନ ଚୈତନ୍ୟ ଯୋଗ ଦେଇଥିଲେ। ବାଲେଶ୍ଵର ଚିନ୍ମୟ ମିଶନର ସଭାପତି ଡ. କ୍ଷିତୀଶ୍ଵର ଦାଶ ଏଥିରେ ଅଧ୍ଯକ୍ଷତା କରିଥିବା ବେଳେ ଉପସଭାପତି ଅକ୍ଷୟ କୁମାର ତ୍ରିପାଠୀ ଉପସ୍ଥିତ ମିଶନର ଆଚାର୍ଯ୍ୟ ଓ ମୁଖ୍ୟ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। ସମ୍ପାଦକ ଦିବାକର ମହାପାତ୍ର ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଚାରିଦିନ ବ୍ୟାପୀ ପ୍ରବଚନ କାର୍ଯ୍ୟକ୍ରମ ତା ୧୨-୧୨-୨୦୨୩ରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬.୩୦ରୁ ୮ଟା ଓ ସକାଳ ୭ଟାରୁ ୮ଟା ଅନୁଷ୍ଠିତ ହେଉଥିବାରୁ ସମସ୍ତ ଶ୍ରଦ୍ଧାଳୁ ତ‌ଥା ବାଲେଶ୍ଵର ସହରର ଜନସାଧାରଣଙ୍କୁ ଯୋଗଦେବାକୁ ଅନୁରୋଧ କରିବା ସହିତ କାର୍ଯ୍ୟକ୍ରମର ପ୍ରବଚିକା ସ୍ଵାମିନୀ ବିମଳାନନ୍ଦଜୀଙ୍କ ସମ୍ବନ୍ଧରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଅବଗତ କରାଇଥିଲେ। ସମ୍ମାନନୀୟ ଅତିଥି ଭାବେ ଶିଳ୍ପପତି ତଥା ସଭାପତି ବାଲେଶ୍ଵର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରି ଓ କମର୍ସ ସଞ୍ଜୟ ଦାସ, ସମ୍ପାଦକ ଲାୟନ୍ସ କ୍ଲବ୍ ଡି.ପି. ମୋରେ, ବାଲେଶ୍ଵର ଗୁଜୁରାଟୀ ସମାଜର । ସମାଜର ପ୍ରତିନିଧି କମଳେଶ ପାଲା, ଶିକ୍ଷାବିତ୍ ତଥା ନିର୍ଦ୍ଦେଶକ ୟୂରେକା କୋଚିଂ ସେଣ୍ଟର, ଡକ୍ଟର ଜନାର୍ଦ୍ଦନ ବେହେରା, ସମାଜସେବୀ ଅଞ୍ଜଳି ପଣ୍ଡା ଏବଂ ବିଶିଷ୍ଟ ବ୍ୟବସାୟୀ ରାଜେନ୍ଦ୍ର ମୋରେ ଯୋଗଦେଇ ମିଳିତ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉଦ୍‌ଘାଟନ କରିବା ପରେ କୋଏମ୍ବାଟୁରର ଚିନ୍ମୟ ମିଶନ ଆଚାର୍ଯ୍ୟ ମୁଖ୍ୟ ପ୍ରବଚିକା ସ୍ଵାମିନୀ ବିମଳାନନ୍ଦ ସରସ୍ଵତୀ, ପ୍ରବଚନ ଦେଇଥିଲେ। ଏହି ଉତ୍ସବରେ ଆୟୋଜକ ଡକ୍ଟର ଗଣେଶ ଚନ୍ଦ୍ର ପରିଡ଼ା, କୋଷାଧ୍ୟକ୍ଷ ଗଙ୍ଗାଧର ପୃଷ୍ଟି, ହରିଶ୍ଚନ୍ଦ୍ର ସାହୁ, ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ, ପ୍ରଫୁଲ୍ଲ କୁମାର ଦାସ, ରଜନୀକାନ୍ତ ବେହେରା, ରବିନାରାୟଣ ଭୋଳ, ରାଜକିଶୋର ମଲ୍ଲିକ, ଡକ୍ଟର ବେଣୁମାଧବ ଶତପଥୀ, ନିରଞ୍ଜନ କର, ଇଂ. ବନମାଳୀ ନାୟକ, ବସନ୍ତ କୁମାର ନାୟକ, ଗୋପାଳ ଚନ୍ଦ୍ର ମଲ୍ଲିକ, ମଦନମୋହନ ବେହେରା, ରଶ୍ମି ଶତପଥ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ ଚିନ୍ମୟ ମିଶନର ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରବଚନ କାର୍ଯ୍ୟକ୍ରମ ରାତ୍ରି ୮ଟା ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ମିଶନର ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.