ଭାନପୁର ଧାନ ମଣ୍ଡି ଉଦ୍ଘାଟିତ

ଶୃଙ୍ଖଳିତ ଭାବରେ ମଣ୍ଡି ଚଳେଇବା ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ -ଜ୍ୟୋତ୍ସ୍ନା ମହାପାତ୍ର, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଧାନ ମଣ୍ଡି ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ପ୍ୟାକ୍ସ ପାର୍ଶ୍ୱସ୍ଥ ବାଲିପଡା- ଭାନପୁର ମୁଖ୍ୟ ରାସ୍ତା କଡରେ ସୋମବାର ଉଦ୍ଘାଟିତ ହୋଇଯାଛି । ଗତ ଦୁଇ ବର୍ଷ ହେଲା ନର୍ଲାର ଶାନ୍ତପୁର, ଭାନପୁର ଓ ତୁଳାପଡା ପ୍ୟାକ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନେ ଧାନ କିଣୁଛନ୍ତି । ଏହିକ୍ରମରେ ଭାନପୁର ପ୍ୟାକ୍ସରେ ମଧ୍ୟ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣୁଛି । ୨୦୨୦ ରେ ନୂଆ ଭାବରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ଧାନ କିଣିବା ନିମନ୍ତେ ସରକାର ଦାଇତ୍ୱ ଦେଇଥିଲେ । ଚଳିବ ବର୍ଷ ମଧ୍ୟ ଏହି ଗୋଷ୍ଠି ଭାନପୁର ପ୍ୟାକ୍ସରେ ଧାନ କିଣୁଛନ୍ତି । ସୋମବାର ଦିବା ୧୦ ଘଣ୍ଟା ସମୟରେ ଭାନପୁର ମିଶନ ଶକ୍ତି ଭବନ ପରିସରରେ ଧାନ ମଣ୍ଡିକୁ ଭାନପୁର ଗ୍ରାମ୍ୟ କୃଷୀ କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ମହାଲକ୍ଷ୍ମୀଙ୍କ ଫଟୋଚିତ୍ର, ଆଦ୍ରତା ମାପକ ଯନ୍ତ୍ର ଓଜନ ପରିମାପକ ମେସିନ ଓ ଧାନବସ୍ତାରେ ଧୂପ, ଦୀପ ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ । ଇତ୍ୟବସରରେ ମିଲାର୍ସ ଏଜେଣ୍ଟ ମହେଶ ପଧାନ ଓ ଅଞ୍ଚଳର ଚାଷୀ ବୃନ୍ଦ , ଧାନ ମଣ୍ଡି ରେ କାର୍ଯ୍ୟରତ ଶ୍ରମିକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ ସୁନୀତା ବେହେରା ଓ ଧର୍ମିଷ୍ଟା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇତ୍ୟବସରରେ ମିଶନ ଶକ୍ତିର ମହାଲକ୍ଷ୍ମୀ ଗୋଷ୍ଠି ଧାନ କିଣାରେ ଆଗରୁ କାମ କରି ଆସୁଥିବା ଶ୍ରମିକ ଓ ସ୍ଥାନୀୟ ଭାନପୁର ର ଶ୍ରମିକ ମାନଙ୍କୁ ନେଇ ଧାନ ମଣ୍ଡିରେ କାମ କରେଇବା ନିମନ୍ତେ ଉପସ୍ଥିତ ଶ୍ରମିକ, ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ମିଲର୍ସ କିଭଳି ଉତ୍ତମ ସମନ୍ୱୟ ରଖି କାମ କରିବେ । ଚାଷୀଙ୍କ ତରଫରୁ ଧାନ ନଉଠିବା ନେଇ ଯେମିତି ପ୍ରଶ୍ନ ଆସିବ ନାହିଁ ସେ ଦିଗରେ ସମସ୍ତଙ୍କ ପ୍ରୟାସ ରହୁ ବୋଲି ଭାନପୁର ଗ୍ରାମ୍ୟ କୃଷୀ କର୍ମଚାରୀ ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। କାର୍ଯକ୍ରମ ଶେଷରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଶ୍ରୀମତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.