ସଡକ ସୁରକ୍ଷା ଓ ନିଶା ନିବାରଣ ପାଇଁ ନର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି ଜୁନିୟର କଲେଜ ନର୍ଲାରେ ଆରମ୍ଭ ହେଇଛି ନୂଆ ଓ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକମ। ରବିବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକମ ଆସନ୍ତା ୧୯/୧୨ ଯାଏଁ ଚାଲିବ। ଏଥିରେ ଖେଳ ବିଭାଗରେ ଫୁଟବଲ, ଭଲିବଲ, ଦୌଡ଼, ବେଡମିଣ୍ଟନ, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ କ୍ରୀଡ଼ା ଶିକ୍ଷକ ସୁମନ୍ତ ପୂଜାରୀଙ୍କ ନେତୃତ୍ବରେ ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ, ରାଜନୀତି ବିଜ୍ଞାନ ଅଧ୍ୟାପକ ସୁରେଶ ନାଏକ ପ୍ରମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରାରେ ଯାଇ ଜନ ସଚେତନତା ଉପରେ ନାରାବାଜି କରିବା ସହିତ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ନର୍ଲା ଥାନା ପର୍ଯ୍ୟନ୍ତ ଯାଇ ସେଠାରେ ସଡକ ସୁରକ୍ଷା ଦିବସ ପାଳନ କରିଥିଲେ। ବାଇକ ଚାଳକ ମାନଙ୍କୁ ହେଲମେଟ ପରିଧାନ କରିବା, ନିଶା ସେବନ କରି ଗାଡ଼ି ନ ଚଳେଇବା ପାଇଁ ନିବେଦନ କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ଯୋଗଗୁରୁ ଧନଞ୍ଜୟ ସା ଛାତ୍ରଛତ୍ରୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ। ସମନ୍ୱିତ ଯୁବ ବିକାଶ ଯୋଜନା (ଆଇୱାଇଡିପି) ଅଧିନରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ଦକ୍ଷତାର ବିକାଶ ହେବ। ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇ ଯୁବ ଓଡିଶା ନବୀନ ଓଡିଶା ଯୋଜନା ପ୍ରଣୟନ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ସନ୍ତୋଷ ବୁଦ୍ଧିଆ ଧନ୍ୟବାଦ ଅର୍ପଣ କରଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.