ନେପାଳ କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

ଓଡ଼ିଆ ବାର୍ତ୍ତା/ କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପରବର୍ତୀ ଶୁଣାଣୀରେ କୋର୍ଟ ତାଙ୍କୁ ଦଣ୍ଡ ପ୍ରଦାନ କରିବ । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ସମୟରେ ଝିଅ ନାବାଳିକ ନ ଥିଲେ । ଜାନୁୟାରୀ ୧୨ରେ ପାଟନା ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ୨୧ ଅଗଷ୍ଟରେ ୧୭ ବର୍ଷୀୟା ପୀଡିତାଙ୍କ ସହ ବଳାତ୍କର କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୨୦୭୪ ଧାରା ୨୧୯ ଲଗା ଯାଇଥିଲା । ଗୌଶାଲାରେ ପୀଡିତା ମେଟ୍ରୋପଲିଟନ ପୋଲିସ ସର୍କଲରେ ମାମଲା ରୁଜୁ କରିଥିଲେ । ସେ ସମୟରେ ଲାମିଛେନ କ୍ୟାରିବିୟାନ ପ୍ରିମିୟର ଲିଗ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ ଯାଇଥିଲେ । ଅକ୍ଟୋବର ୬ରେ ତ୍ରିଭୂବନ ବିମାନ ବନ୍ଦରରେ ତାଙ୍କୁ ଗିରଫ କରିଥିଲା । ଏହା ପରେ ଲାମିଛେନଙ୍କ ବ୍ୟାଙ୍କ ଖାତା ଓ ସମ୍ପତି ଜବତ କରାଯାଇଥିଲା । ସେ ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ପୀଡିତା ନାବାଳିକା ନ ହେବା ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.