କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ

ମାତାପିତାଙ୍କ ସେବା ଜୀବନର ଶ୍ରେଷ୍ଠ ସେବା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ସଦଗୁରୁଦେବ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘ ପ୍ରତିବର୍ଷ ସଂକଳ୍ପ ଦିବସ ଜାନୁଆରୀ ୧ତାରିଖରେ ପାଳନ କରିଥାଏ। ଚଳିତ ବର୍ଷ ଜୁନାଗଡ ବ୍ଲକ ଅନ୍ତର୍ଗତ ବୋଦେଲ ଠାରେ  କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ-୨୦୨୪ ପାଳନ ହୋଇଯାଇଛି। ଜୀବନକୁ ସରସ, ସୁନ୍ଦର, ପବିତ୍ର ଓ ଆଧ୍ୟାତ୍ମିକମୟ କରିବା ପାଇଁ ସତସଂଗ ଓ ସତକର୍ମକୁ ନିଜର କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ସମାଜରେ ବୃଦ୍ଧ ବୟସରେ ମାତାପିତାଙ୍କ ସେବା କରିବାକୁ ଜନ୍ମିତ ସନ୍ତାନ ମାନେ କୁଣ୍ଠାବୋଧ କରୁଛନ୍ତି। ଏଣୁ ପ୍ରତ୍ୟେକ ସନ୍ତାନର ଧର୍ମ ମତାପିତାଙ୍କ ସେବା କରିବା। ଏହା ଦ୍ବାରା ସାମାଜିକ ଓ ଆଧ୍ୟାତ୍ମିକ ଜୀବନର ମୂଲ୍ୟବୋଧ ବୃଦ୍ଧି ହେବ ବୋଲି ସଂସ୍କୃତି ଗବେଷକ, କଥାବାଚକ କାଳୀକୃଷ୍ଣ ସଂଘର ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ମାର୍ଗଦର୍ଶନ କରିଥିଲେ। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ମଧ୍ୟ ଜଣେ ଉତ୍ତମ ମଣିଷ ହେବା ସଦକର୍ମର ଆବଶ୍ୟକତା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜୀବନବ୍ୟପୀ ସାଧନା ପାଇଁ ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ, ସଂଘର ସଭାପତି ଶ୍ରୀ ପ୍ରହଲ୍ଲାଦ ପଣ୍ଡା, ଶ୍ରୀଗୁରୁ ମନ୍ଦିର ସଂଯୋଜକ ଶ୍ରୀ ଅର୍ଜୁନ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏକ ନୂତନ ସଂଘୀୟ ପର୍ବପର୍ବାଣି ସମ୍ମିଳିତ କ୍ୟାଲେଣ୍ଡରର ଉନ୍ମୋଚନ ମଧ୍ୟ ହୋଇଥିଲା। ସଂକଳ୍ପ ଦିବସ ଅବସରରେ କାଳୀକୃଷ୍ଣ ସଂଘର ବାର୍ଷିକ ଉତ୍ସବ ଓ ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ଘୋଷଣା ହୋଇଥାଏ। ଚଳିତ ବର୍ଷ ସଂଘର ୪୧ତମ ବାର୍ଷିକ ଉତ୍ସବ ଓ ତ୍ରିଦିନାତ୍ମକ ନବକୁଣ୍ଡୀୟ ବିଶ୍ବଶାନ୍ତି ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ୨୦୨୪ ଅପ୍ରଲ ମାସର ୮ରୁ୧୦ପର୍ଯ୍ୟନ୍ତ କନ୍ଦାଗଡ, ଆମପାଣି, କଳାହାଣ୍ଡି ଠାରେ ପାଳନ କରାଯିବ।ଆଚାର୍ଯ୍ୟ ଶ୍ରୀ ତୋଷାନନ୍ଦ, ଶ୍ରୀକାନ୍ତ ଖମାରୀ, ସଂଘର ସଭାପତି ସଂଜୟ ପଣ୍ଡା, ଉପସଭାପତି ଶ୍ରୀ କ୍ରିୟାନନ୍ଦ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ,ସଂପାଦକ ମାଧବାନନ୍ଦ, କୋଷାଧ୍ୟକ୍ଷ ଲକ୍ଷୀକାନ୍ତ ଖମାରୀ, ପ୍ରାର୍ଥନା ସଂପାଦକ ତନୁକଲାଲ ନାଗ,ନବୀନ ରାଉତ, ସମେତ ବୋଦେଲ ଶାଖା ସଂଘର ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାଳୀକୃଷ୍ଣ ସଂଘର ଆଚାର୍ଯ୍ୟ, ଶାଖା ସଂଘ କର୍ମକର୍ତ୍ତା, ସ୍ପିକ ସଦସ୍ୟ, କାଳୀକୃଷ୍ଣ ବାହାନୀ, ପ୍ରଜ୍ଞା ବାହିନୀ, ମିଡିଆ ସେଲର ସଦସ୍ୟ ସମେତ କାଳୀକୃଷ୍ଣ ସଂଘର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଞ୍ଜାମ ଜିଲ୍ଲାର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.