ମହିଳା ମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହ ଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳା ମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ର ଉଦଘାଟନ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ସାମ୍ପ୍ରତିକ ସ୍ଥିତିରେ କାର୍ଯ୍ୟକ୍ରମର ଉପାଦେୟତା ଓ ସଠିକ ପରିଚାଳନା ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଅଙ୍ଗନୱାଡି କର୍ମୀ,ସୁପରଭାଇଜର, ଆଶା, ୱାନ ଷ୍ଟପ ସେଣ୍ଟର, ଆଇସିଡିଏସ, ଛାତ୍ରୀ, ସିଆରପି, ଫେଡେରେସନ ଲିଡର, ସ୍ଵଧାର ଗୃହ, ବ୍ୟାଙ୍କ ମିତ୍ର, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଇତ୍ୟାଦି ଅଂଶଗ୍ରହଣ କରିଥିଲେ। ତାଲିମ ଦାତ୍ରୀ ଭାବରେ ସାଧନା ଫାଉଣ୍ଡେସନ ର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ପୂଜାଫୁଲ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯେପରିକି ସାମ୍ବିଧାନିକ ଅଧିକାର, କନ୍ୟା ଭୃଣ ହତ୍ୟା, ପକସୋ ଆଇନ, ବାଲ୍ୟ ବିବାହ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସା ପ୍ରତିରୋଧ ଆଇନ୍, କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା ତଥା ଆନୁଷ୍ଠାନିକ ବ୍ୟବସ୍ଥା ଆଦି ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ପ୍ରଦାନ କରିଥିଲେ। ସେହିପରି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ, ବ୍ଲକ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ସ୍ୱାଇଁ, ଶିଶୁ ମଙ୍ଗଳ କମିଟି ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରି ଉପସ୍ଥିତ ଅଂଶଗ୍ରହଂଣକାରୀଙ୍କୁ ଏହି କାର୍ଯ୍ୟକ୍ରମ ଯେପରି ସଫଳ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀ ମାନଙ୍କୁ ସାର୍ଟିଫିକେଟ ଓ ସହାୟକ ପୁସ୍ତିକା ପ୍ରଦାନ କରାଯାଇଥିଲା। ପରିଶେଷରେ ଶ୍ରୀମତୀ ପୂଜାଫୁଲ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.