ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା, ଆଧୁନିକ ଲୋକ ସାହିତ୍ୟ ପର୍ବ ଏବଂ ମକର ବନ୍ଧୁ ମିଳନ ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସି ଡି ଏ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସମାରୋହର ସଭାପତିତ୍ବ କରିଥିଲେ । ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।

କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ମାନସ ଚୈତନ୍ୟ ମହାରାଜ, ଅଧ୍ୟକ୍ଷ ଧବଳେଶ୍ଵର ସାରସ୍ବତ ଆଶ୍ରମ ସଭାକୁ ଉଦ୍ଘାଟନ କରି ଦାନ କର୍ମ ଜ୍ଞାନର ଅଭାବ ପୁରାଣ ହୋଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନ ଅହୋରଣ ସମତୁଲ ସମାଜ ଗଠନ ରେ ସହାୟକ ହେବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡଃ ଦିପାୟନ ପଟ୍ଟନାୟକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଲଳିତେନ୍ଦୁ ପଲାଉରୀ, ସାଗରିକା ଜେନା , ଭଗବତୀ ଖଟୁଆ, ସୁବ୍ରତ ମହାନ୍ତି ଯୋଗଦେଇ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନର ଆଧୁନିକ ଲୋକ ସାହିତ୍ୟରେ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।

ଏହି କର୍ମଶାଳାରେ ଶହେ ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ କୈବଲ୍ୟ ପ୍ରତିଭା ଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଥିଲା । କବି କବୟିତ୍ରୀ ମାନେ ଦାନ କର୍ମ ଜ୍ଞାନ ସମ୍ପର୍କରେ କବିତା ପାଠ କରିଥିଲେ । ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଗୋଲାପ ସାହୁ, ଅଶୋକ କୁମାର ବାରିକ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ କେକ କାଟି ଆଧୁନିକ ଲୋକ ସାହିତ୍ୟର ପର୍ବକୁ ପାଳନ କରିଥିଲେ ।

କବି ସୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଇତିଶ୍ରୀ ପତି, ଉତ୍କଳିନି ରାଉତ, ସସ୍ମିତା ପଟ୍ଟନାୟକ, ଅପରାଜିତା ପରିଡ଼ା, ସୁରଭି ଦ୍ବିବେଦୀ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ ।କବି ଆଶୁତୋଷ ଦେବପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.