ହାରାମାଲ ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସାହିତ୍ୟ ସୃଜନ, ଜିଜ୍ଞାସା,କୌଶଳୀ ଓ କ୍ରୀଡ଼ାଙ୍ଗନ ଆନୁକୂଲ୍ୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି! ବିଦ୍ୟାଳୟର ସଭାପତି କ୍ଷେତ୍ରମୋହନ ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳମପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଖମାରି ଯୋଗଦେଇଥିବା ବେଳେ ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ କିଙ୍କର ମିଶ୍ର, ଶିକ୍ଷକ ଜଗଦିଶ ମୁଣ୍ଡ ପ୍ରମୁଖ ଯୋଗଦେଇ ସରକାରଙ୍କ ଏହି କାର୍ଯ୍ୟକ୍ରମ ଯୋଗୁ ଛାତ୍ର ଛାତ୍ରୀଙ୍କର ଲୁକାୟିତ ପ୍ରତିଭା ର ବିକାଶ ହୋଇପାରିବ ବୋଲି କହିଥିଲେ।ଏଥିରେ ଚାରି ହାଉସର ଛାତ୍ର ଛାତ୍ରୀମାନେ ତଥା ସାହିତ୍ୟ ସୃଜନର ହାତୀନଦୀ ହାଉସ, କୌଶଳୀ ର ଘୁମର ହାଉସ,ଜିଜ୍ଞାସା ର ଦେଓମାଳି ହାଉସ,କ୍ରୀଡାଙ୍ଗନା ର ଇନ୍ଦିରାବତୀ ହାଉସ ଏହି ଚାରି ହାଉସ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଅଞ୍ଜଳି ପଣ୍ଡା, ଶିକ୍ଷକ ପଙ୍କଜ କୁମାର ଜେନା,ଶିକ୍ଷକ ଦାଶରଥି ମହାପାତ୍ର,ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନୀ,ପିଅନ ସୁଜନ ଶବର, ରୀନା ଶବର ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିକାଶ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.