ଜାନୁଆରୀ ୨୪ରୁ କାହ୍ନୁଗୁଡାବାସୀଙ୍କ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅନଶନ

୧୫୦ ପରିବାରଙ୍କୁ ମୈାଳିକ ଅଧିକାରରୁ ବଂଚିତ କରୁଛି ଜିଲ୍ଳା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ଜାନୁଆରୀ ୨୬ତାରିଖରେ ଦେଶ ପାଳିବାକୁ ଯାଉଛି ୭୫ତମ ଗଣତନ୍ତ୍ର ଦିବସ । ତେବେ ଗତ ୭୪ବର୍ଷ ଗଣତନ୍ତ୍ର ଶାସନରେ ସାଧାରଣ ମୈାଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ଅତି ଦୟନୀୟ ଜୀବନ ଯାପନ କରିଆସୁଥିବା ଆଦିବାସୀ ବହୁଳ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଗୋରଖପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମବାସୀ ଆସନ୍ତା ଜାନୁଆରୀ ୨୪ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଅନଶନରେ ବସିବା ଭଳି ଅଭାବନୀୟ ନିଷ୍ପତି ଗ୍ରହଣ କରିଛନ୍ତି । ଏ ନେଇ ସୋମବାର ରାୟଗଡା ସହରର ଗାୟତ୍ରୀ ନଗରର ଗାୟତ୍ରୀ ଶକ୍ତିପୀଠ ସମ୍ମିଳନୀ କକ୍ଷରେ ସମାଜସେବୀ ବଳରାମ ପଣ୍ଡାଙ୍କ ନେତୃତ୍ୱରେ ଟଙ୍କଧର ସାହୁ,କାନ୍ତ ମାଝି ଓ ଶଙ୍କର ମାଝି ପ୍ରମୁଖ କାହ୍ନୁଗୁଡା ଗ୍ରାମବାସୀ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୨୪ତାରିଖରେ କାହ୍ନୁଗୁଡା ଗ୍ରାମର ଆବାଳ ବୃଦ୍ଧବନିତା ସମସ୍ତେ ଦୀର୍ଘ ୨୨କିଲୋମିଟର ଦୂରରେ ଥିବା କାଶିପୁର ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ସେଠାରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସତ୍ୟାଗ୍ରହ ଅନଶନ ଆରମ୍ଭ କରିବେ । ଗଣତନ୍ତ୍ର ଦିବସରେ ମଧ୍ୟ ଗ୍ରାମବାସୀଙ୍କ ସତ୍ୟାଗ୍ରହ ଜାରି ରହିବ ବୋଲି ଟଙ୍କଧର ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାହ୍ନୁଗୁଡା ଗ୍ରାମବାସୀ ସର୍ବସମ୍ମତି କ୍ରମେ ପଲ୍ଳୀସଭାରେ ୫ଦଫା ଦାବି ପୂରଣ ପାଇଁ ପ୍ରଶାସନକୁ ଗୁହାରୀ କରିଛନ୍ତି । ଏହି ୫ଦଫା ଦାବି ମଧ୍ୟରେ କାହ୍ନୁଗୁଡା ଗ୍ରାମରୁ ଜଣେ ଶିକ୍ଷିତ ମହିଳାଙ୍କୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ ଦେବା ସହ ସେ ଯେମିତି ନିୟମିତ କେନ୍ଦ୍ର ପରିଚାଳନା କରିବେ ଏବଂ ସରକାରୀ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବେ,ଗ୍ରାମରେ ୧୫୦ ପରିବାରକୁ ଅତି କମରେ ଆଉ ୨ଟି ଗଭୀର ନଳକୂପ ଓ ବିଦ୍ୟାଳୟ ପାଇଁ ଆଉ ଗୋଟିଏ ନଳକୂପର ବ୍ୟବସ୍ଥା କରିବା, ଗ୍ରାମ ବିଦ୍ୟାଳୟରେ ୨ଜଣ ସ୍ଥାୟୀ ଶିକ୍ଷକଙ୍କୁ ନିୟମିତ ଶିକ୍ଷାଦାନ ନିମନ୍ତେ ନିଯୁକ୍ତ କରିବା, ଗ୍ରାମରେ ଥିବା ଉପସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପଣ କରି କାର୍ଯ୍ୟକ୍ଷମ କରିବା ଏବଂ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କାହ୍ନୁଗୁଡା ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଓ ସତ୍ୟବାଦୀ ନାଳ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ଦାବି କରାଯାଇଛି ।

Udyog Nursery
Udyogi Nursery

ପାନୀୟ ଜଳ, ଗ୍ରାମକୁ ପକ୍କା ସଡକ, ଅଙ୍ଗନବାଡି କେନ୍ଦ୍ର, ଶିକ୍ଷା ଦାନ ନିମନ୍ତେ ଶିକ୍ଷକ, ସ୍ୱାସ୍ଥ୍ୟ ସେବା ନିମନ୍ତେ ଉପସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଅନେକ ମୈାଳିକ ସୁବିଧା ନିମନ୍ତେ କାହ୍ନୁଗୁଡା ଗ୍ରାମବାସୀ ଦୀର୍ଘ ୨ବର୍ଷ ଧରି ସ୍ଥାନୀ ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଳାପାଳଙ୍କ ଠାରୁ ସ୍ଥାନୀୟ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖେ ଗୁହାରୀ କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ବି କାହ୍ନୁଗୁଡା ଗ୍ରାମବାସୀଙ୍କ ଦୁଃଖକୁ ଶୁଣନାହାନ୍ତି । ଫଳରେ ଅସହ୍ୟ ଯନ୍ତ୍ରଣାମୟ ଜୀବନ ବଂଚିବାର ବିକଳ୍ପ ଖୋଜି ପାରୁନାହାନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ସାମ୍ନାରେ ନିଜ ହକ୍ ସାବସ୍ତ୍ୟ ପାଇଁ ଗାନ୍ଧୀଜୀଙକ୍କ ପ୍ରଦର୍ଶିତ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ରାସ୍ତା ଏକମାତ୍ର ବିକଳ୍ପ । ଯଦି ସତ୍ୟାଗ୍ରହ ରାସ୍ତାରେ ଦାବୀ ହାସଲ ନ କରିପାରିବୁ ତାହା ହେଲେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଭିକ୍ଷା କରିବୁ ଏହା ଆମର ଚରମ ନିଷ୍ପତି ବୋଲି ଟଙ୍କଧର, ଶଙ୍କରା, କାନ୍ତି ମାଝି କାହ୍ନୁଗୁଡା ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.