ଡୁମେରବାହାଲରେ ରୋଗ ନିୟନ୍ତ୍ରଣ ନିମନ୍ତେ ଗାଁ ପରିକ୍ରମା ଓ ଗୋଷ୍ଠୀ ସଚେତନତା ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଡୁମେରବାହାଲ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାର ଓ କର୍ମୀ ଶଶିକଳା ମାଝୀଙ୍କ ନେତୃତ୍ଵରେ ଜନ ସଂଖ୍ୟା ନିୟନ୍ତ୍ରଣ ଓ ରୋଗ ନିୟନ୍ତ୍ରଣ ନିମନ୍ତେ ଗାଁ ପରିକ୍ରମା ଓ ଗୋଷ୍ଠୀ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗାଁର ସାମଗ୍ରୀକ ଉନ୍ନତି ଓ ସୁସ୍ଥ ସମାଜ ଗଠନ ପାଇଁ ଜନ ସଂଖ୍ୟା ନିୟନ୍ତ୍ରଣ ଏବଂ ରୋଗ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଗାଁ ପରିକ୍ରମା ଓ ଗୋଷ୍ଠୀ ସଚେତନତା ଶିବିର ଆୟୋଜନ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାର ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି। ଉକ୍ତ କାର୍ଯ୍ୟରେ ଡୁମେରବାହାଲର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ବହିଦାରଙ୍କ ସମେତ ସହକାରୀ ଶିକ୍ଷକ ବିନୋଦ ବିହାରୀ ବିଶି, ଲୋଟସ ତ୍ରୀପାଠୀ, ଶୁଭଶ୍ରୀ ମାଝୀ, ଭବାନୀଶଙ୍କର ସଂସ୍କୃତିକ ଅନୁଷ୍ଠାନର ସଦସ୍ୟ ଅସୀମ ଭୋଇ ଏବଂ ଉକ୍ତ ଗ୍ରାମର ମା ଭଉଣୀ ତଥା ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.