ରାୟଗଡାରେ ବଜରଙ୍ଗ ଦଳ ଓ ବିଏଚପିର ବିଶାଳ ଶୋଭାଯାତ୍ରା

ଜୟ ଶ୍ରୀରାମ, ଜୟ ଶ୍ରୀ ରାମଲାଲାଙ୍କ ଧ୍ୱନିରେ ପ୍ରକମ୍ପିଲା ରାୟଗଡା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ଅବସରରେ ଜୟ ଶ୍ରୀରାମ, ଜୟ ଶ୍ରୀ ରାମଲାଲା, ଜୟ ଜୟ ଶ୍ରୀରାମ ଧ୍ୱନିରେ ରାୟଗଡା ସହର ପ୍ରକମ୍ପିତ ହୋଇ ଉଠିଥିଲା। ସହରର ଶ୍ରୀରାମ ମନ୍ଦିର ନିକଟରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ୧ହଜାରରୁ ଉର୍ଦ୍ଧ ବଜରଙ୍ଗ ଦଳ,ବିଶ୍ୱ ହିନ୍ଦୁ ପରିଷଦ ସଂଘ ସଦସ୍ୟ ଏବଂ ରାମଭକ୍ତମାନେ ଯୋଗ ଦେଇ ନଗର ପରିକ୍ରମା କରିଥିଲେ। ଏକ ଭକ୍ତିମୟ ପରିବେଶରେ ଶୋଭାଯାତ୍ରାଟି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପଂହଚିବା ପରେ ସେଠାରେ ରାମ ନବମୀ ଉତ୍ସବ କମିଟି, ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ ଭବ୍ୟ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପରେ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ, ବିଏଚପି ଜିଲ୍ଳା ସଭାପତି ଗୈାରଚନ୍ଦ୍ର ନାୟକ, ଅଜୟ ଚୁଏଲେଟ୍‌, ଅଜୟ ଆସ୍ରାନି, ବିଜୟ ଚୁଏଲେଟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.