ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ : ଫାଇନାଲରେ ଡୁଙ୍ଗରିପଦର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭେଜିପଦର ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ ପ୍ରତିଯୋଗିତା ୨୦୨୪ର ଦ୍ୱିତୀୟ ତଥା ଅନ୍ତିମ ସେମିଫାଇନାଲ ମ୍ୟାଚ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗୁରୁତ୍ୱପୂର୍ଣ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ସହ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳାଇ ଉପସ୍ଥିତ ଥିଲେ I ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କ୍ରୀଡ଼ା ସଂଗଠକ ତଥା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି) ଉପସ୍ଥିତ ଥିଲେ। ଏହି ମ୍ୟାଚଟି ଡୁଙ୍ଗୁରିପାଲି ଏବଂ ଭେଜିପଦର ମଧ୍ୟରେ ହୋଇଥିଲାI ଉପସ୍ଥିତ ସମସ୍ତ ଅତିଥି ଦୁଇଟି ଦଳର ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସହ ଆୟୋଜକ କମିଟିର ସଭାପତି ଅରୁଣ ବର୍ମା, ଉପସଭାପତି ଦିନେଶ ଦୁର୍ଗା, କୋଷାଧ୍ୟକ୍ଷ ତାମରେନ୍ଦ୍ର ମାଝୀ, ଅର୍କିତ ସୁନାନୀ ତଥା ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ମ୍ୟାଚରେ ଡୁଙ୍ଗରିପଦର ବିଜୟୀ ହୋଇ ଫାଇନାଲ ପ୍ରତିଯୋଗିତା ଖେଳିବା ନେଇ ପଥ ପରିଷ୍କାର କରିଥିଲାI

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.