ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡ଼ିର ସାଙ୍ଗଠନିକ କାର୍ଯ୍ୟରେ ଗାଁ ଗାଁ ବୁଲି ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଦେବା, ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ଯ ଓ ଜନ କଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି କାର୍ଯ୍ଯ ପ୍ରତ୍ୟହ କରିଆସୁଥିବା ଯୁବ ନେତା ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୁବ ପିଢ଼ିଙ୍କୁ ମଧ୍ଯ ସଙ୍ଗଠିତ କରିବାର ପ୍ରୟାସ ଜାରି ରଖିଛନ୍ତି। ଯୁବ ପିଢି କ୍ରୀଡ଼ାକୁ ଗୁରୁତ୍ବ ଦେଇ କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର ଗଠନ କରନ୍ତୁ ଓ ରାଜ୍ୟ ପାଇଁ ସୁନାମ ଆଣନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ। ଏଣୁ ଏହାର ସଫଳ ରୁପାୟନ ପାଇଁ ଯୁବ ନେତା ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତି ଗାଁକୁ ଯାଇ ଯୁବ ପିଢିଙ୍କୁ ସଙ୍ଗଠିତ କରୁଥିବା ଶ୍ରୀ ଠାକୁର କହିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟକର୍ଲା ଗାଁ ଠାରେ ଲକ୍ଷ୍ମୀନାରାୟଣ କ୍ଲବ ଆନୁକୂଲ୍ୟରେ ଆୟୋଜିତ ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଚିଚର୍ଲା ଏବଂ କୁସୁମ ପଡା ମଧ୍ୟରେ ହୋଇଥିବା ଏହି ରୋମାଞ୍ଚକର ସେମି ଫାଇନାଲ ମ୍ୟାଚରେ ଚିଚର୍ଲା ଟିମ୍ ବିଜୟୀ ହୋଇଛି। ଶ୍ରୀ ଠାକୁର ଖେଳାଳୀମାନଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ।