ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପ୍ରଫୁଲ କୁମାର ସାହୁ ଭବାନୀପାଟଣା ବ୍ଳକ ଚେୟାରମ୍ୟାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଚାରି ଶବର, ଗୋଷ୍ଠୀ ଶବର, ଦିଗାମ୍ବର ଲୁହା ସରପଞ୍ଚ, ଶେଷଦେବ ସାହୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଗୀତାଞ୍ଜଳି ସାହୁ ସମିତି ସଭ୍ୟ, ପୂର୍ବତନ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଦଧିଚନ୍ଦ୍ର ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ବିଷୟରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷୟତ୍ରୀ ଦୀପ୍ତିମୟୀ ସିଂ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଗିରିଜା ଶଙ୍କର ସାହୁ, ବିରଞ୍ଚି ତାଣ୍ଡି, ଦୀପ୍ତିମୟୀ ସିଂ, ଉମାକାନ୍ତ ପାଣିଗ୍ରାହୀ, କେଶବ ପ୍ରଧାନ ଶିକ୍ଷକ ବିରଞ୍ଚି କୁମାର ତାଣ୍ଡି, ସୁବାଷ ତାଣ୍ଡି, ଧୁନ୍ତିଷା ରଞ୍ଜନ ମାଝୀ, ନରେନ୍ଦ୍ର କୁମଝରିଆ, ଶିବଦତ୍ତ ପଣ୍ଡା, ବିଭୁତି ପ୍ରଧାନ, ମୃତ୍ୟୁଞ୍ଜୟ ପତି, ଉମାକାନ୍ତ ପାଣିଗ୍ରାହୀ, ତପନ ସାହୁ, ସୌଦାମିନୀ ବଙ୍ଗୋଲା, ପୁରାତନ ଛାତ୍ର ଅରବିନ୍ଦ ସାହୁ, ଅଭିଜିତ ସାହୁ, ଦିଗାମ୍ବର ଭୋଇ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଗିରିଜା ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।