କଳାହାଣ୍ଡି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଚମ୍ପିଅନ ଦଳକୁ ଟ୍ରଫି ସହ ୪୧,୦୦୦ ଓ ଉପବିଜେତା ଦଳକୁ ଟ୍ରପି ସହ ୨୧,୦୦୦ ଟଙ୍କା ପୁରସ୍କାର ରହିଛି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆରେ କଳାହାଣ୍ଡି କପ ଟି-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ପୂର୍ବତନ କ୍ରୀଡାବିତ୍ ତଥା ନର୍ଲା ବ୍ଲକ କଂଗ୍ରେସ କମିଟିର ସଭାପତି ସମୀର ଚାନ୍ଦ (ବିଟୁ) ମୁଖ୍ୟ ଅତିଥି ଭାବରେ ଯୋଗଦାନ ଟୁର୍ଉନାମେଣ୍ଟର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ଲା ସମିତି ସଦସ୍ୟ ସୁଦାମ ଝାଙ୍କର ଯୋଗଦାନ କରିଥିଲେ। ନର୍ଲା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ମଧ୍ୟରୁ ୧୬ ଗୋଟି ଟିମ ଅଂଶ ଗ୍ରହଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆୟୋଜକ ନର୍ଲା କ୍ରିକେଟ କ୍ଲବ ସଭାପତି ଦୀପୁ ପାତ୍ର ଓ ସମ୍ପାଦକ ଚିନ୍ମୟ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଆଜି ଶୁକ୍ରବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ କୌଶଲ୍ୟା- ୧୧ କଳାହାଣ୍ଡି ଓ ନର୍ଲା ଇଗଲ ଏକାଦଶ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

Udyog Nursery
Udyogi Nursery

ପ୍ରଥମେ ବ୍ୟାଟିଂ କରି କୌଶଲ୍ୟା ଏକାଦଶନିର୍ଦ୍ଧାରିତ ୧୫ ଓଭରରେ ୧୮୪ ରନ କରିଥିଲେ ଜବାବ ରେ ଇଗଲ ଏକାଦଶ ଧୁଆଁଧାର ବ୍ୟାଟିଂ କରି ୪୦ ରନରେ ବିଜୟୀ ହୋଇଥିଲେ। ଅମ୍ପାୟର ଭାବରେ ସାଗର ପାଲ ଓ ନିରଞ୍ଜନ ଜଡା ମ୍ୟାଚ ପରିଚାଳନା କରିଥିଲେ। ବିପିନ ବଡପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ବଣ୍ଟି ପୁଝାରୀ ସ୍କୋରବୋର୍ଡ ଦାଇତ୍ୱ ସମ୍ପାଦନ କରିଥିଲେ। ଆୟୋଜକ ନର୍ଲା କ୍ରିକେଟ କ୍ଲବର ବରିଷ୍ଠ ସଦସ୍ୟ ନାଭି, ରୁନୁ, ସୁମନ, ଭବାନୀ, ରାଜା, ସିଲୁ, ଅଭି, ତୋଫାନ, ସୁକାନ୍ତ, ଶ୍ରୀକାନ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଚମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୪୧,୦୦୦ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୧,୦୦୦ ଟଙ୍କା ପୁରସ୍କାର ରାଶି ରହିଥିବା ଜଣାପଡିଛି। ଫେବୃଆରୀ ୧୧ ରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.