ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲିସିସ ସେଣ୍ଟର ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭିଡ଼ିଓ କନଫରେନ୍ସ ଜରିଆରେ ଡାଇଲିସିସ ସେଣ୍ଟରର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଳିକ, ବାଲିଗୁଡା ଏନ.ଏ.ସି ଅଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଶ୍ରବଣ ସାହୁକାରଙ୍କ ସମେତ ବାଲିଗୁଡା ମେଡିକାଲର ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ। କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଏହି ଡାଇଲିସିସ ସେବାର ସୁବିଧା ସୁଯୋଗ ରହିଥିବା ବେଳେ ବର୍ତମାନ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟଳରେ ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟ ଡାଇଲିସିସ ସେଣ୍ଟର କାର୍ଯ୍ୟକାରୀ ହୋଇଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲିଗୁଡା ଉପଖଣ୍ଡର ୯ ଗୋଟି ବ୍ଲକର ରୋଗୀ ମାଗଣା ଳରେ ଏହି ସେବା ପାଇ ପାରିବେ। ଏହି ସେଣ୍ଟରରେ ୪ଟି ବେଡରେ ପ୍ରତିଦିନ ୧୨ ଜଣ ଡାଏଲିସିସ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଇପାରିବ। ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଥିବା ସମସ୍ତ ଜନସାଧାରଣ ଏଥିରେ ଉପକୃତ ହୋଇପାରିବେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.