ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ଦୁଇଦିନିଆ ଆନ୍ତର୍ଜାତୀୟ ସେମିନାର

କୁଳପତି କହିଲେ – ମାନବାଧିକାରର ସଠିକ ଉପଯୋଗ ହିଁ ଗଣତନ୍ତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇଦିନିଆ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆନୁଷ୍ଠାନିକ ଭାବେ ଉଦଘାଟିତ ଏହି ସେମିନାରଟି ‘ରାଜନୀତି, ଦଳ ଏବଂ ରାଜନୀତିଜ୍ଞ : ଭାରତୀୟ ଗଣତନ୍ତ୍ର ଉପରେ ପ୍ରତିଫଳନ’ ବିଷୟରେ ଆଧାରିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ, ମୂଖ୍ଯ ଅତିଥି ଭାବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ସେଣ୍ଟ୍ରାଲ ୟୁରୋପ) ଅରୁଣ କୁମାର ସାହୁ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ଫାର- ଓ୍ବେଷ୍ଟର୍ନ ପ୍ରଦେଶ(ନେପାଳ) ର ପ୍ରାଦେଶିକ ସଭାର ସଦସ୍ଯ ଡ଼କ୍ଟର ତାରା ପ୍ରସାଦ ଯୋଶୀଙ୍କ ଉପସ୍ଥିତି ସହ ଜି.ଇ ନେସନାଲ ୟୁନିଭରସିଟିର ଦୁଇ ଜଣ ପ୍ରଫେସର ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡିଶା, ନେପାଳ, କୋଲକାତା, ଲକ୍ଷ୍ନୌ, ଅରୁଣାଚଳ ପ୍ରଦେଶ ଆଦି ସ୍ଥାନରୁ ଅତିଥି ଯୋଗ ଦେଇଥିବା ବେଳେ ସିଲୋନ, ଜର୍ମାନୀ ଓ ସାନ୍ ଫ୍ରାନସିସ୍କୋ ରୁ ଆଭାସୀ ମାଧ୍ୟମରେ ବିଶେଷଜ୍ଞ ଓ ଗବେଷକଗଣ ଯୋଗ ଦେଇଥିଲେ। ଦୁଇଦିନିଆ ଏହି ଆନ୍ତର୍ଜାତିକ ସେମିନାରରେ ପ୍ରାୟ ୩୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ବିବିଧ ତଥ୍ଯ ଆଲୋଚନା ସହ ଉପସ୍ଥାପିତ କରାଯାଇଥିଲା। ଉଦଯାପନ ବୈଠକରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରି ଆୟୋଜକ କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜନୀତି ସହିତ ସାଧାରଣ ଜୀବନର ସଂପର୍କ ଗୁଡିକୁ ବେଶ ସରଳଭାଷାରେ ବୁଝାଇଥିଲେ। ଏଥିସହ ଏହିପ୍ରକାର କାର୍ଯ୍ୟକ୍ରମର ଆୟୋଜନ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ପରିସରକୁ ଏକ ଭିନ୍ନ ସ୍ଥାନରେ ପହଞ୍ଚାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ହାଇଦ୍ରାବାଦ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର କେ.ସି ସୁରି ଉପସ୍ଥିତ ହୋଇ ରାଜନୀତି, ଦଳ ଓ ରାଜନୀତିଜ୍ଞ ର ସଂଜ୍ଞା ବିଶ୍ଳେଷଣ କରି ଏହା ସହ ପ୍ରଭାବିତ ଗଣତନ୍ତ୍ର ଉପରେ ଆଲୋକପାତ କରିଥିଲେ।ଏଥିସହ ଆନ୍ଥ୍ରୋପୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ଆକାଶ ମଲ୍ଲିକ ଉକ୍ତ ସେମିନାରର ଏକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମଟି ସାମାଜିକ ବିଜ୍ଞାନ ବିଭାଗ ମୂଖ୍ଯ ପ୍ରଫେସର ସୁନିଲ କୁମାର ପାଢୀଙ୍କ ତତ୍ତ୍ବାବଧାନ ତଥା ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ରାଜଶ୍ରୀ ଦତ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଦୁଇଦିନିଆ ସେମିନାରେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.