ଓଡ଼ିଆ ଭାଷାକୁ ସମ୍ମାନ ଜଣାଇ ଜେକେ କାଗଜ କଳ କାର୍ଯ୍ୟକର୍ତ୍ତା ଗାଇଲେ “ବନ୍ଦେ ଉତ୍କଳ ଜନନୀ”

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଭୁବନେଶ୍ୱରରେ ଉଦ୍ଘାଟନୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ, ରାୟଗଡ଼ା ସ୍ଥିତ ଜେକେ କାଗଜ କଳର କର୍ମକର୍ତ୍ତା ମାନଙ୍କ ଦ୍ଵାରା ଦିନ ୧୧.୦୦ ସମୟରେ କାଗଜ କଳ ପରିସର ଭିତରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଉକ୍ତ ସମ୍ମିଳନୀରେ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ (କର୍ମିକ) ଅଧିକାରୀ ବିନୟ ଦ୍ବିବେଦୀ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ର ଅସ୍ତିତ୍ବ ତଥା “ଭାଷା ହିଁ ଭବିଷ୍ୟତ” ଉପରେ ସମ୍ୟକ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଗଜ କଳ ବହୁ କର୍ମ କର୍ତ୍ତା ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.