ସରିଆଁ, ଉଲିକୁପା ଓ ରାକ୍ସି ଗ୍ରାମ ପଞ୍ଚାୟତରେ ଗନିବ୍ୟାଗ ବଣ୍ଟନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ପଲିଥିନ ମୁକ୍ତ ଓଡିଶା ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ଯ ସ୍ତରରେ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଓ ଛୋଟ ଏଭଳି ଦୁଇଗୋଟି ଗନି (ଜୁଟ) ବ୍ୟାଗ ମାଗଣା ରେ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ଭୁବନେଶ୍ଵରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଉଳିକୁପା, ନିଶାନଣପୁର ଓ ରାକ୍ସି ପଞ୍ଚାୟତରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳର ରାସନକାର୍ଡ ଧାରୀଙ୍କୁ ବ୍ୟାଗ ବଣ୍ଟନ କରାଯାଇଛି। ଉକ୍ତ ତିନିଗୋଟି ଗ୍ରାମ ପଞ୍ଚାୟତ ପରିସରର ସରପଞ୍ଚ ମାନଙ୍କ ସଭାପତିତ୍ବରେ ଆୟୋଜିତ ଗନି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ କହିବା ସହ ଗନି ବ୍ୟାଗ ପ୍ରଦାନର ଉଦ୍ଦେଶ୍ୟ ପ୍ରତିପାଦିତ କରିଥିଲେ। ଏହାପରେ ଗ୍ରାମ ପଞ୍ଚାୟତ ଅଞ୍ଚଳର ରାସନ କାର୍ଡ ଧାରୀ ମାନଙ୍କୁ ଦୁଇଗୋଟି ଲେଖାଏଁ ହ୍ୟାଣ୍ଡେଲ ଯୁକ୍ତ ଗନି ବ୍ୟାଗ ପ୍ରଦାନ କରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.