ବାଗପୁର ପଞ୍ଚାୟତ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡିଶା” ସଚେତନତନା କାର୍ଯ୍ଯକ୍ରମ

ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶକୁ ଫୋକସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକର ବାଗପୁର ଠାରେ ପଞ୍ଚାୟତ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡ଼ିଶା” ସଚେତନତନା ଶିବିର ଶୁକ୍ରବାର ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଲିଲି ଦୀପ, ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ଏବିଡ଼ିଓ ଦେବେନ୍ଦ୍ର ସାମଲ, ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଘୋଡାବନ୍ଧ ସରପଞ୍ଚ ରଶ୍ମିତା ସାହୁ, ବାଗପୁର ସମିତି ସଭ୍ୟା କୁନି ମହାନନ୍ଦ, ରାକ୍ସି ସରପଞ୍ଚ ଯେମନ୍ତ ପୋଡ଼,ସର୍ଗିଗୁଡ଼ା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଜନତାଙ୍କୁ ସଚେତନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରଥମେ ମଞ୍ଚରେ ଜଗନ୍ନାଥ ପୂଜନ ପରେ ସଭାପତି ଶ୍ରୀ ହାତୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ଓ ଜଗନ୍ନାଥ ସଂସ୍କୃତି ବିଷୟରେ କହିଥିଲେ। ଏଲ.ଇ.ଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା ସମୁହ ପ୍ରଦର୍ଶନ କରାଯାଇଥିଲା। ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗର ଷ୍ଟଲ ଖୋଲା ଯାଇଥିଲା। ସିଂ ବାଜା,ଘୁମୁରା ସହ ତ୍ବିଥିଙ୍କୁ ସ୍ୱାଗତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ ଦଳମାନେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସୂଦନ ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହ ମଞ୍ଚ ସଂଚାଳନ କରିଥିଲେ।

Udyog Nursery
Udyogi Nursery

ଜିଆରଏସ ମେଘାଳୟ ନାଏକ, ଯୋଗାଣ ସହାୟକ ପଦ୍ମା ନାଏକ ସମେତ ସମସ୍ତ ୱାର୍ଡ଼ ମେମ୍ବର, ନାଏବ ସରପଞ୍ଚ ଅମୂଲ୍ୟ ସାହୁ, ସ୍ୱେଚ୍ଛାସେବୀ ରଥ ବାଗ, ଚୁଡ଼ାମଣି ମାଝୀ, ରିମାଞ୍ଚଳ ସାହୁ, ଭାନପୁର ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ମିନକେତନ ହାତୀ, ଜିଆରଏସ କେଦାର ନିଆଲ ଓ ବାଗପୁର ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳା ମାନଙ୍କ ସହିତ ଶତାଧିକ ମହିଳା,ଜନସାଧାରଣ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଥିଲେ। ପରିଶେଷରେ ସରପଞ୍ଚ ଶ୍ରୀ ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.