ପୁଣିଥରେ ଧର୍ମଗଡ ବ୍ଳକ ବିଜେଡି ସଭାପତି ହେଲେ ଟିକମନ ବାରିକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ପୁଣିଥରେ ଧର୍ମଗଡ ବ୍ଳକ ବିଜେଡି ସଭାପତି ଭାବରେ ଟିକମନ ବାରିକ ମନୋନୀତ ହୋଇଛନ୍ତି। ଶ୍ରୀ ବାରିକ ଦୀର୍ଘ ବର୍ଷରୁ ଶୃଙ୍ଖଳିତ ଭାବେ ଦଳରେ ରହି ନିଜର ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି। ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣି ତାହାର ସମାଧାନ କରିବାକୁ ମଧ୍ୟ ସର୍ବଦା ଚେଷ୍ଟା କରି ଆସୁଛନ୍ତି। ତାଙ୍କ ନେତୃତ୍ବରେ ଧର୍ମଗଡ଼ ବ୍ଲକରେ ଦଳ ଅଧିକ ଶକ୍ତିଶାଳୀ ହୋଇ ପାରିଛି। ପୁଣି ଥରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବ୍ଳକ ସଭାପତି ଭଲି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ଦେଇଛନ୍ତି। ତେଣୁ ଶ୍ରୀ ବାରିକ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ, କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଧର୍ମଗଡ ବିଧାୟକ ମୌଷଧୀ ବାଗ, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ବାରିକ ପୂର୍ବରୁ ୧୯୯୨ ମସିହାରେ ୱାର୍ଡମେମ୍ବର, ୧୯୯୭ ରେ ନାଏବ ସରପଞ୍ଚ, ୨୦୦୭ ରେ ସରପଞ୍ଚ ଓ ବର୍ତ୍ତମାନ ବିସିସି ବ୍ୟାଙ୍କ ଡାଇରେକ୍ଟର ଓ କଳାହାଣ୍ଡି ଜିଲ୍ଲା ଆତ୍ମା କମିଟି ସଭ୍ୟ ଦାୟିତ୍ଵ ନିର୍ବାହ କରୁଛନ୍ତି।ଶ୍ରୀ ବାରିକ ପୁଣିଥରେ ବ୍ଳକ ବିଜେଡି ସଭାପତି ଭାବରେ ମନୋନୀତ ହେବା ଖବର ଜାଣିବା ପରେ ଦଳୀୟ କର୍ମକର୍ତ୍ତା ମାନେ ତାଙ୍କୁ ଶୁଭେଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.