ପାଡେପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ

ପ୍ରଶାସନିକ ଅବହେଳାକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ସମିତି ସଭ୍ୟ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଡେପଦର ସରପଞ୍ଚ ସୁନ୍ଦରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ  ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ପାଡେପଦର ପଞ୍ଚାୟତର ସମିତି ସଭ୍ୟ ମୋହନ ସାଗର ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରା, ସ୍ଥାନୀୟ ସମାଜସେବୀ ମହେଶ୍ବର ସାଗର, ଯୁବ ନେତା ସୁଜାନ ନାଏକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବଖାଣି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାରଙ୍କ ପ୍ରତ୍ୟେକଟି ଯୋଜନା ସ୍ବାଗତଯୋଗ୍ୟ ଏବଂ ପ୍ରଶଂସନୀୟ ମଧ୍ୟ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ମୋହନ ସାଗର।ଜନପ୍ରତିନିଧି ଏବଂ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପଞ୍ଚାୟତରେ ଯୋଜନା ଗୁଡିକ ସଠିକ ପରିଚାଳନା ହେଉନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆଣିଥିଲେ।

Udyog Nursery
Udyogi Nursery

ସରକାରଙ୍କ ପ୍ରତ୍ୟେକ ଯୋଜନାରେ ସାଧାରଣ ଲୋକଙ୍କ ଅଧିକାର ଏବଂ ଦାୟିତ୍ୱ ରହିଛି। ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ନହେଲେ ଯୋଜନାରେ ଲୋକେ ଉପକୃତ ହେବା ବଦଳରେ ଅବହେଳିତ ହୋଇ ରହିଯିବେ। ନିଜ ଅଧିକାର ପାଇଁ ଲଢେ଼ଇ କରିବାକୁ ପଡିବ ତେବେ ଯାଇ ଅଞ୍ଚଳର ସମୂହ ବିକାଶ ସମ୍ଭବ ହେଇପାରିବ ବୋଲି ସମିତି ସଭ୍ୟ ଶ୍ରୀ ସାଗର ନିଜ ଅଭିଭାଷଣରେ ପ୍ରଶାସନକୁ ମଧ୍ୟ ତାଗିଦ କରିଥିଲେ। ପଞ୍ଚାୟତର ଆଦର୍ଶ ଶିକ୍ଷକ ଭାବେ କିଶୋର ନାଏକ, ଉତ୍ତମ ସାମ୍ବାଦିକ ଭାବେ ସଲମନ ନାଏକଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ପଞ୍ଚାୟତର ଆଦର୍ଶ ଅଙ୍ଗନବାଡି, ଆଶା କର୍ମୀ ସମାଜସେବୀ ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାଏକଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଶଙ୍କର ନାଏକ ପରିଚାଳନା କରିଥିବାବେଳେ ପଞ୍ଚାୟତର ନାଏବ ସରପଞ୍ଚ, ଗ୍ରାମ ରୋଜଗାର ସେବକଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.