ଭତ୍ତା ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ଙ୍କ ଦୈନ୍ୟନ୍ଦିନ ଜୀବନ ଯାପନକୁ ସହଜ ଓ ସୁଗମ କରିବା ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ହିତାଧିକାରୀଙ୍କ ଭତ୍ତାକୁ ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ କଳାପଥର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର ସମସ୍ତ ଭତ୍ତା ହିତାଧିକାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବର୍ଦ୍ଧିତ ହାରରେ ଭତ୍ତା ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି l ଆଜି ଶୁଭାରମ୍ଭ ରେ କଳାପଥର ପଞ୍ଚାୟତର ୪୭୫ ଜଣ ମଧୁବାବୁ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ବର୍ଦ୍ଧିତ ହାରରେ ୧୦୦୦ ଓ ୧୨୦୦ ଲେଖାଏଁ ତଥା ଜାତୀୟ ଭତ୍ତା ଯୋଜନାରେ ସାମିଲ ୩୬୮ଜଣ ଙ୍କୁ ବର୍ଦ୍ଧିତ ଭତ୍ତା ୫୦୦ ଟଙ୍କା ଲେଖାଏଁ ଫେବୃଆରୀ ମାସ ନିମନ୍ତେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ବିଡିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସରପଞ୍ଚ କଳାପଥର ନବୀନ ଚନ୍ଦ୍ର ମେହେର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ହିତାଧିକାରୀ, ଜନସାଧାରଣ ସହ ବ୍ଲକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.