କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ରାୟଗଡ଼ା ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ

୫ବର୍ଷ ବିତିଲା, ଦିଆଯାଇଥିବା ପ୍ରତିଶୃତି କାର୍ଯ୍ୟକାରୀ କର  -ରାଜ୍ୟ ସଭାନେତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଓଡ଼ିଶା ରାଜ୍ୟ ଉଜ୍ଜ୍ୱଳା ଦିଦି ସଂଘ ରାୟଗଡ଼ା ଜିଲ୍ଲା ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଓଡ଼ିଶାରେ କାର୍ଯ୍ୟରତ ଉଜ୍ଜ୍ୱଳା ଦିଦି ମାନଙ୍କର ୩ ଦଫା ଦାବି ରାୟଗଡ଼ା ଜିଲ୍ଲା ସଙ୍ଘ ପକ୍ଷରୁ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତଙ୍କୁ ପ୍ରଦାନ କରାଯାଇଥିଲା | ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଦେବା ସମୟରେ ଯେଉଁ ସବୁ ପ୍ରତିଶୃତି ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବା, ସମସ୍ତ ଉଜ୍ଜ୍ୱଳା ଦିଦି ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା, ଉଜ୍ଜ୍ୱଳା ଦିଦି ମାନଙ୍କୁ କର୍ମ ନିଯୁକ୍ତି ଯୋଜନାରେ ଉଜ୍ଜ୍ୱଳା ଦିଦି ମାନଙ୍କୁ କାମ ଯୋଗାଇ ଦେବା ସହ ପାରିଶ୍ରମିକ ଯୋଗାଇ ଦିଆଯିବା ଆଦି ଦାବି ରହିଛି | ରାୟଗଡ଼ା ଜିଲ୍ଲା ସଂଯୋଜିକା ଶ୍ରୀମତୀ ଭବାନୀ ନିମାଲଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ମୂଖ୍ୟ ବକ୍ତା ଭାବେ ଉଜ୍ଜ୍ୱଳା ଦିଦି ସଂଘର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବୀଣାପାଣି ବେହେରା, ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାପତି ମହନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ସହ ସମ୍ପାଦିକା ନେହା ସିଂ, ନଗର ସଭାପତି ଶିବ ପ୍ରସାଦ ସିଂ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ଦ୍ୱାରା ଗତ ୫ବର୍ଷ ତଳେ ପ୍ରତିଟି ଗରିବ ଲୋକଙ୍କ ଘରେ ଉଜ୍ଜଳା ଗ୍ୟାସ ଯୋଗାଇ ଦିଆଗଲା | ଯାହାକି ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ସଭାସମିତିରେ ଭାଷଣ ମାଧ୍ୟମରେ କହିଛନ୍ତି । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ସାକାର କରିବା ପାଇଁ ଉଜ୍ଜ୍ୱଳା ଦିଦି ମାନଙ୍କୁ କାର୍ଯ୍ୟଭାର ଦାୟିତ୍ଵ ଦିଆଯାଇଥିଲା। ସେମାନେ ସରକାରଙ୍କ ଏହି ଯୋଜନାକୁ ସଫଳ କରିବା ଦିଗରେ ସହଯୋଗର ହାତ ବଢ଼ାଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ହେଲେ ପ୍ରତିଶୃତି କେନ୍ଦ୍ର ସରକାର ପୂରଣ କରିନାହାନ୍ତି ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି | କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର କଟି କାଡ୍ରାକା, ଯମୁନା କାଡ୍ରାକା, ଦୟାବତି ଦଳପତି, ଅମ୍ବିକା ଶବର ସହ ଜିଲ୍ଲାର କାର୍ଯ୍ୟକାରୀ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.