ସୋନପୁର ବ୍ଲକରେ ଭିନ୍ନକ୍ଷମମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ ସଭାଗୃହ ଠାରେ ଆଜି ଭିନ୍ନକ୍ଷମ ମାନଙ୍କ ପାଇଁ ଡିଜିଟାଲ ଶ୍ରବଣ ଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋନପୁର ବ୍ଲକ ସୌମ୍ୟ ରଞ୍ଜନ ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗ ଦେଇ ଶ୍ରବଣ ବାଧିତ ଭିନ୍ନକ୍ଷମ ମାନଙ୍କୁ ଶ୍ରବଣ ଯନ୍ତ୍ର ବଣ୍ଟନ କରିଥିଲେ। ଏହି ଶିବିରରେ ମୋଟ ୫୨ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲା ବେଳେ ସେମାନଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାର ରେଡିଓ ଲୋଜିଷ୍ଟ ଅଭୟ ଲେଙ୍କା ଓ ଡିଡିଆରସି ଆଲୋକ କୁମାର ସାହୁଙ୍କ ଦ୍ୱାରା ଆବଶ୍ୟକ ପରୀକ୍ଷଣ କଲା ପରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବ୍ଲକ କର୍ମଚାରୀ ତଥା ବିଭାଗୀୟ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.