ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଓଡିଶା ଅଗ୍ନିଶମ ବିଭାଗ ଏବଂ ଜରୁରୀକାଳୀନ ସେବା ସଂସ୍ଥାର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡି ଚାଳକ, ଡ୍ରାଇଭର ଏବଂ ହାବିଲଦାର ମାନଙ୍କ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ପୁର୍ବପରି ପୋଲିସ ସିପାହୀ ଓ ହାବିଲଦାରଙ୍କ ଦରମା ସ୍ତର ଏବଂ ଭତ୍ତା ସହ ସମାନ କରିବା ଏଥିସହିତ ଅଗ୍ନିଶମ ସେବା ସଂସ୍ଥା ସଂଘର ସରକାରୀ ପଞ୍ଜିକରଣ ଏହି ପ୍ରମୁଖ ଦୁଇଗୋଟି ଦାବୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଉଲ୍ଲେଖ କରିଛନ୍ତି।ଜରୁରୀକାଳୀନ ପରିସ୍ଥିତି ସମୟରେ ଏହି ବିଭାଗର ପ୍ରମୁଖ ଭୂମିକା ରହିଥିବା ବେଳେ ବର୍ତ୍ତମାନ ତାଙ୍କର ଏହି ଆନ୍ଦୋଳନ ବିଭାଗୀୟ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ରଖିଥିବା ଏହି ବିଭାଗର ଏଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଆସିଛି।ତଥାପି ସରକାର ଆଜି ପର୍ଯ୍ୟନ୍ତ ଏହି ବିଭାଗର କର୍ମଚାରୀ ମାନଙ୍କୁ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଯେଉଁ ଦିନ ପର୍ଯ୍ୟନ୍ତ ସରକାର ଏହି ଦୁଇଟି ଦାବୀକୁ ପୁରଣ ନକରନ୍ତି ସେତେଦିନ ପର୍ଯ୍ୟନ୍ତ ଏମିତି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ହାବିଲଦାର ବନମାଳୀ ପୂଜାରୀ, ହାବିଲଦାର ସୁନୀଲ କୁମାର ବେହେରା, ଆଗ୍ନିକ ଗୁପ୍ତେଶ୍ବର କୁଁଅର, ପ୍ରସିଦ୍ଧ ପ୍ରଧାନ, ମଦନମୋହନ ଶବର, ସୟଦ ଅବଦୁଲ ରେହେମାନ ଇସଲାମ, ଲକ୍ଷ୍ମଣ ଧରୁଆ, ରଞ୍ଜିତ ଖଣ୍ଡଗିରି ଏବଂ ଦୁର୍ଯ୍ୟୋଧନ ଜଗତ ପ୍ରମୁଖ କର୍ମଚାରୀ ଆନ୍ଦୋଳନ ରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.