କର୍ଲାପାଟ ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଅଭୟାରଣ୍ୟ ପରିବେଷ୍ଟିତ କର୍ଲାପାଟ ଠାରେ ଅନୁଷ୍ଠିତ ‘ଆମ ଓଡିଶା ନବୀନ ଓଡିଶା’ ସହିତ ଶେଷ ହେଲା ଥୁଆମୂଳ ରାମପୁର ବ୍ଲକରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କ ଜନ ସଚେତନତା କାର୍ଯ୍ୟକ୍ରମ ‘ଆମ ଓଡିଶା ନବୀନ ଓଡିଶା’। କର୍ଲାପାଟ ସରପଞ୍ଚ ବିଶ୍ବନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷା କ୍ଷେତ୍ରରେ ଆଧୁନିକୀକରଣ କରିବାକୁ ଯାଇ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ ପ୍ରକ୍ରିୟା ଚାଲିଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ରୋଗୀ ସେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବଡବଡ ଡାକ୍ତରଖାନାରେ ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ବ୍ୟବସ୍ଥା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗମନାଗମନ ପାଇଁ ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଏଥିସହିତ ଗଳିକନ୍ଦିରେ ପକ୍କା ରାସ୍ତା ନିର୍ମାଣ ହୋଇଚାଲିଛି। ସରକାର ବସୁଧା ଯୋଜନାରେ ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଥିବା ବେଳେ ଜଳସେଚନ ପାଇଁ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଅଛି। ‘ମିଶନ ଶକ୍ତି’ ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସାମାଜିକ ସୁରକ୍ଷା ଯୋଜନା ରେ ଭତ୍ତା ଟଙ୍କା ବୃଦ୍ଧି କରିଛନ୍ତି ଏଭଳି ଲୋକଙ୍କୁ ସଚେତନତା କରିବାକୁ ଯାଇ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦିଶାରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକୁ ନେଇ ଅଞ୍ଚଳରେ ବିକାଶର ଆଇନା ଦେଖାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ପ୍ରଧାନୀ, କପିଳାସ ନାଏକ, ସ୍ଥାନୀୟ ସମିତି ସଭ୍ୟ ଶିବ ମାଝୀ, ଥୁଆମୂଳ ସରପଞ୍ଚ ବଳଭଦ୍ର ଜାନୀ, କିଆପଦର ସରପଞ୍ଚ ଲକ୍ଷିଧର ମାଝୀ, ଗୁଣପୁର ସରପଞ୍ଚ ସୁଜାତା ମାଝୀ, ନାଏବ ସରପଞ୍ଚ ଜଏମନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ଶ୍ରେଷ୍ଠ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଆଦର୍ଶ ଅଙ୍ଗନବାଡି, ଆଶାକର୍ମୀ, ପଞ୍ଚାୟତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ସମସ୍ତ ଓ୍ବାର୍ଡ ମେମ୍ବର ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ପଞ୍ଚାୟତ ନୋଡାଲ ଅଧିକାରୀ ମଳୟ ସତପଥିଙ୍କ ତତ୍ବାବଧାନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ସା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଗ୍ରାମ ରୋଜଗାର ସେବକ ସରୋଜ ମୁଣ୍ଡଛିନା ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ଏବଂ କର୍ମକର୍ତ୍ତା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.