ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଟାଳୀୟ କବି ଇମାନୁଏଲ ରିଜୋ ପୁନର୍ବାର ଡ଼. ନିଆଲଙ୍କ ଓଡ଼ିଆ କବିତା ‘ନିଆଁ ‘କୁ ଇଟାଲୀ ଭାଷାରେ ଅନୁଦିତ କରିଛନ୍ତି । ଏହି କବିତାକୁ କବି ବଙ୍କୀମ ମୁଣ୍ଡ ଇଂରାଜୀରେ ଅନୁବାଦିତ କରିଥିଲେ । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ବେଳାରୁଷ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ସ୍ବେଡ଼ିସ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ସୂଚନା ଯୋଗ୍ୟ ଯେ, ପାନୋରାମା ଆନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ୨୦୨୪ ଅବସରରେ ଡ.ଭବାନୀ ଶଙ୍କର ନିଆଲଙ୍କୁ ଏହାର ଆୟୋଜକ କମିଟି ଭାରତର ଅଧ୍ୟକ୍ଷ ଭାବରେ ମନୋନୀତ କରିଛନ୍ତି। ଡ. ନିଆଲଙ୍କ ଜଣେ ଉଚ୍ଚ ଖ୍ୟାତିସମ୍ପନ୍ନ ଓଡିଆ କବି ଭାବରେ ପ୍ରସିଦ୍ଧ। ସେ ଓଡିଆରେ ତିନୋଟି, ହିନ୍ଦୀରେ ଦୁଇଟି ଏବଂ ଇଂରାଜୀରେ ଦୁଇଟି କବିତା ସଂକଳନ ରଚନା କରିଛନ୍ତି। ବହୁଚର୍ଚ୍ଚିତ ଓଡିଆ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ଭାବରେ ସେ ସାହିତ୍ୟ ପ୍ରତିଭା ପ୍ରତିପୋଷଣ ତଥା ଓଡ଼ିଆ ଭାଷା ପ୍ରଚାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଡ.ନିଆଲଙ୍କ କବିତା ହେଉଛି ଏକ ସମୃଦ୍ଧ ଟେପେଷ୍ଟ୍ରି ଯାହା ମାନବ ସ୍ଥିତି ଏବଂ ସମ୍ପର୍କର ଜଟିଳତାକୁ ଅନୁସନ୍ଧାନ କରିଥାଏ | ତାଙ୍କର କବିତାଗୁଡ଼ିକ ପ୍ରେମ, ଲାଳସା, ଏବଂ ଜୀବନର ପ୍ରକୃତ ବାସ୍ତବତା, ରୁଟି, ଖାଦ୍ୟ ଏବଂ ଭୋକ ସମ୍ପର୍କିତ | ଏକ ଚିତ୍ରଲିପି ଅଭିବ୍ୟକ୍ତି ପ୍ରଦର୍ଶନ ସହିତ, ତାଙ୍କର କବିତା ଅସ୍ତିତ୍ବର ବିଭିନ୍ନ ଦିଗର ଅତି ସୂକ୍ଷ୍ମ ପାର୍ଥକ୍ୟକୁ କାବ୍ୟିକ ଦିଗ ଦେଇଥାଏ। ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ଇଟାଲୀ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.