ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ବହୁଭାଷୀ କବି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ବ ମାତୃଭାଷା ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର ଆଞ୍ଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସଭାପତିତ୍ବ କରିଥିଲେ ସୁପରିଚିତ ମୈଥିଳି କବି ବିଦ୍ୟାନନ୍ଦ ଝା। ଡକ୍ଟର ଦେବେଶ କହିଥିଲେ ଯେ, ସାହିତ୍ୟ ଏକାଡେମୀ ବିଭିନ୍ନ ଭାଷାଭାଷୀ ଲୋକଙ୍କ ମାତୃଭାଷାର ସେବା କରିବାରେ ଆଗଭର। ବହୁଭାଷୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ। ସଭାପତି ଭାବେ ବିଦ୍ୟାନନ୍ଦ ଝା ମାତୃଭୂମି ଓ ମାତୃଭାଷାର ଗୁରୁତ୍ବ ଏବଂ ତାହାକୁ ସୁରକ୍ଷିତ ରଖିବାର ଦାୟିତ୍ବ ତଥା କର୍ତ୍ତବ୍ୟ ବିଷୟରେ ସଚେତନ କରାଇଥିଲେ। ସେ କହିଥିଲେ, ଭାଷାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ନିଜ ନିଜ ମାତୃଭାଷାରେ ରଚିତ ଅନ୍ତତଃ ଖଣ୍ଡେ ପୁସ୍ତକ ବର୍ଷକୁ ପଢିବା ଉଚିତ। ଏଥି ସହିତ ମାତୃଭାଷାରେ ରଚିତ ଖଣ୍ଡେ ପୁସ୍ତକ ଅନ୍ୟକୁ ଉପହାର ଭାବରେ ପ୍ରଦାନ କଲେ ଭାଷା ବଞ୍ଚିବ। ଏହା ଦ୍ବାରା ଭାଷାପ୍ରେମର ନୂଆ ଜାଗରଣ ସୃଷ୍ଟି ହୋଇପାରିବ। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ କବି ଭାବରେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ଅଦିତି ବସୁରାୟ (ବଙ୍ଗଳା), ଜୀବନ ସିଂହ (ଭୋଜପୁରୀ), ଶେଖର ବାନାର୍ଜୀ (ଇଂରାଜୀ), ପୁନମ୍ ସୋନଛାତ୍ରା (ହିନ୍ଦୀ), ନାରାୟଣ ପ୍ରସାଦ ହୋମଗାଇ (ନେପାଳୀ), ଶୈବାଳିନୀ ସାହୁ (ଓଡିଆ), ଛାୟା ମାଣ୍ଡି (ସାନ୍ତାଳୀ), ଗୁରୁଦୀପ ସିଂହ ସଂଘା (ପଞ୍ଜାବୀ) ) ଏବଂ ଅବୁଜାର ହାଶମି (ଉର୍ଦ୍ଦୁ) | ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାଏକ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଏବଂ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡିଆ ଭାଷାରୁ ପ୍ରତିନିଧିତ୍ବ କଲେ ଶୈବାଳିନୀ ସାହୁ

ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ବହୁଭାଷୀ କବି ସମ୍ମିଳନୀରେ ଓଡିଆ ଭାଷାରୁ ପ୍ରତିନିଧିତ୍ବ କରିଥିଲେ ସୁପରିଚିତ କବି ଓ ଲେଖିକା ଶୈବାଳିନୀ ସାହୁ। ତାଙ୍କ ଓଡିଆ କବିତା `ମୁଁ ହେଉଛି ସେଇ ବୈଶାଖୀ’ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଓଡିଆରେ ଆବୃତ୍ତି ସହିତ ସେ ଇଂରାଜୀ ଅନୁବାଦ ମଧ୍ୟ ପଢି ଶୁଣାଇଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀମତୀ ସାହୁ ଦୀର୍ଘ ଦିନରୁ ପ୍ରବାସରେ ରହୁଥିଲେ ସୁଦ୍ଧା ଓଡିଆ ସାହିତ୍ୟ ସୃଷ୍ଟିରେ ନିମଗ୍ନ ରହିଛନ୍ତି। ଏଯାବତ ତାଙ୍କର ଚାରିଟି କବିତା ପୁସ୍ତକ, ଗୋଟିଏ କାବ୍ୟ ଏବଂ ତିନି ଖଣ୍ଡ ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି। ସେଗୁଡିକ ମଧ୍ୟରେ ରହିଛି `ଶୈବାଳିନୀ’, `ଇତି ତୁମର ଶୈବାଳିନୀ’, `ଶବ୍ଦରେ ଶବ୍ଦରେ ଶୈବାଳିନୀ’, `ପ୍ରୀତି କଣିକା’, `ଫେରିବାକୁ ହେବ’, `ମମତାର ଧାରେ’, `ଦ୍ବାଦଶୀ ଜହ୍ନର ଫଟୋଗ୍ରାଫ’ ଏବଂ `ରାଜପ୍ରାସାଦର ମୋହ’ ଇତ୍ୟାଦି। ତାଙ୍କ କବିତା ଏବଂ ଗଳ୍ପ ଗୁଡିକରେ ବ୍ୟକ୍ତିଗତ ଜୀବନ ତଥା ସାମାଜିକ ଜୀବନର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଥାଏ। ଏଥିସହିତ ଆଧ୍ୟାତ୍ମିକ ଦର୍ଶନ ମଧ୍ୟ ଭରି ରହିଥାଏ। ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ, ସୂର୍ଯ୍ୟ ତନୟା ସମ୍ମାନ ଏବଂ ଅପରାହ୍ନ ଲେଖିକା ସମ୍ମାନ ଆଦି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ବହୁଭାଷୀ କବି ସମ୍ମିଳନୀରେ ଯୋଗ ଦେଇଥିବାରୁ ଶ୍ରୀମତୀ ସାହୁଙ୍କୁ ଓଡିଆ ଲେଖକ ଲେଖିକା ଓ ସାହିତ୍ୟପ୍ରେମୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.