କଲମପୁରର ନୂତନ ବ୍ଳକ ବିଜେଡି ସଭାପତିଙ୍କୁ ସ୍ବାଗତ ସମ୍ବଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରେ ଦୀର୍ଘଦିନ ହେବ ବ୍ଲକ ବିଜେଡି ବ୍ଲକ ସଭାପତି ପଦବୀ ଖାଲି ରହିଥିଲା। ବିଜେଡ଼ି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ସୁପାରିଶ ରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କିଛି ଦିନ ତଳେ ଅଭିମନ୍ୟୁ ବାଗଙ୍କୁ ବ୍ଲକ ସଭାପତି ପଦରେ ଅବସ୍ଥାପିତ କରାଯାଇଛି। ଅଭିମନ୍ୟୁ ବାଗ ସଭାପତି ପଦବୀ ଗ୍ରହଣ କରିବା ପରେ କଲମପୁର ଅଞ୍ଚଳର ବିଜେଡି କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି। ବୁଧବାର ଦିନ ସନ୍ଧ୍ୟାରେ କଲମପୁର ସ୍ଥିତ ଧାନମଣ୍ଡରେ ନୂତନ ସଭାପତି ଶ୍ରୀ ବାଗଙ୍କୁ କଲମପୁର ବିଜେଡ଼ି କର୍ମକର୍ତ୍ତା ତରଫରୁ ବିପୁଳ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯାଇଛି। ଏହି ସ୍ବାଗତ ସମ୍ବଦ୍ଧନା ସଭାରେ ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ବ୍ଲକ ଏସସି ସେଲ ସଭାପତି ଚେରୁ ନାଏକ, ବ୍ଳକ ମାଇନୋରିଟି ସେଲ ସଭାପତି ସୟଦ ଅମିର ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ପୂର୍ବତନ ବ୍ଳକ ସଭା ସଭାପତି ନବୀନ କୁମାର ପଣ୍ଡା, ବ୍ଳକ ମହିଳା ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ,ଘନଶ୍ୟାମ ନାଏକ, ରାହାସ ରାଉତ ଓ କଲମପୁର ବ୍ଲକର ସମସ୍ତ ପଞ୍ଚାଯତର ସଭାପତିଙ୍କ ସମେତ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.