ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏହି ନିର୍ବାଚନରେ ଭୋଟର କିପରି ନିର୍ଭୁଲ ଭାବେ ଇଭିଏମରେ ନିଜର ମତଦାନ କରିପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତୃଣମୂଳ ସ୍ତରରେ ଅଧିକାରୀମାନେ ଗାଁକୁ ଗାଁ ଯାଇ ଇଭିଏମର ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରୁଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଇଭିଏମ୍ ଓ ଭିଭିପାଟ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଗ୍ରାମର ପୁରୁଷ ଓ ମହିଳାମାନେ ଏହି ଶିବାରକୁ ଆସି ଭିଏମ୍, ଭିଭିପାଟର ବ୍ୟବହାର ସଂପର୍କରେ ଜାଣିବା ସହ ସଚେତନ ହୋଇଥିଲେ। ଶିବିରରେ ବୁଢୀପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଲେଶ୍ବର ସାହୁ, ଶିକ୍ଷକ ସ୍ବରାଜ ସାମନ୍ତରାୟ, ଶିକ୍ଷୟତ୍ରୀ ସରୋଜିନୀ ବଗର୍ତ୍ତି, ସତ୍ୟଭାମା ପଣ୍ଡା, ସରକାରୀ ଓକିଲ ସଞ୍ଜୟ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।