ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଆଜି ସ୍ଥାନୀୟ ଶିକ୍ଷକ ଭବନ ଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଜରୁରୀକାଳୀନ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ୱ କରିଥିଲେ। ସଭାରେ ଜିଲ୍ଲାର ୧୩ ଗୋଟି ବ୍ଲକର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ। ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଉଦ୍ଧେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଥୁଆମୂଳ ରାମପୁରର ଅଵସର ପ୍ରାପ୍ତ ଶିକ୍ଷକ  ଯୁଗଳ ବିଶ୍ୱାଳଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସାମ୍ପ୍ରତିକ ସ୍ଥିତିରେ ସଙ୍ଘର ଭୂମିକା ଓ ମିଳିତ ସଙ୍ଘଦ୍ୱାରା ନିଆ ଯାଉଥିବା ପଦକ୍ଷେପ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ପରେ ଜିଲ୍ଲା ସଭାପତି ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ନିଜ କାର୍ଯ୍ୟ ଚାପ ଓ ବ୍ୟସ୍ତ ବହୁଳ କର୍ମ ଯୋଗୁଁ ଇସ୍ତଫା ପ୍ରଦାନ କରିଛନ୍ତି। ତାହା କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହେଲା। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଜିଲ୍ଲା ଉପସଭାପତି ଶ୍ରୀ ବିରେନ୍ଦ୍ର ବାଗ ସଭାପତି ଦାୟିତ୍ୱ ତୁଲାଇବା ପାଇଁ ମନୋନୀତ କରାଯାଇଛି। ପ୍ରକାଶ ଥାଉକି ଶ୍ରୀ ବାଗ ହରିପୁର ସଙ୍ଘ ର ବ୍ଲକ ଓ ଜିଲ୍ଲା ସଙ୍ଘ ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରି ଆସୁଥିଲେ। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ ଯେ ଶ୍ରୀ ବାଗ ଜୁନାଗଡ଼ ସହରର ମୁଲ ବାସିନ୍ଦା ହୋଇଥିବାରୁ ଅଞ୍ଚଳର ଅନେକ ଶିକ୍ଷକ, ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.