ନୂଆପଡା/କୋମନା,୨୦/୬ : ଆଜି ସକାଳେ କୋମନା ବ୍ଲକ ବିଶିବାହାଲ ଗାଁର ପବିତ୍ର ମାଝୀ (୪୬) ନାମକ ଏକ ଯୁବକ ଘର ପାଖର ଜଙ୍ଗଲକୁ ଯାଇ ଥିବାବେଳେ ଏକ ଭାଲୁ ଅଚାନକ ଆକ୍ରମଣ କରି ଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତେବେ ପବିତ୍ରଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରି ଚିକିତ୍ସା କରା ଯାଇଥିଲା । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇ ପଡିଥିବାରୁ ବୁର୍ଲା ମେଡିକାଲ କୁ ରେଫର କରାଯାଇଛି ବୋଲି ନୂଆପଡା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି ।