କୋମନା ବିଶୀବାହାଲରେ ଭାଲୁ ଆତଙ୍କ : ନୂଆପଡାରୁ ବୁର୍ଲା ସ୍ଥାନାନ୍ତର ହେଲେ ଗୁରୁତର ବ୍ୟକ୍ତି

ନୂଆପଡା/କୋମନା,୨୦/୬ : ଆଜି ସକାଳେ କୋମନା ବ୍ଲକ ବିଶିବାହାଲ ଗାଁର ପବିତ୍ର ମାଝୀ (୪୬) ନାମକ ଏକ ଯୁବକ ଘର ପାଖର ଜଙ୍ଗଲକୁ ଯାଇ ଥିବାବେଳେ ଏକ ଭାଲୁ ଅଚାନକ ଆକ୍ରମଣ କରି ଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତେବେ ପବିତ୍ରଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରି ଚିକିତ୍ସା କରା ଯାଇଥିଲା । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହୋଇ ପଡିଥିବାରୁ ବୁର୍ଲା ମେଡିକାଲ କୁ ରେଫର କରାଯାଇଛି ବୋଲି ନୂଆପଡା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.