ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ନର୍ଲାଠାରେ ସଂକଳ୍ପ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ (ଏଓଏସସିଏଫ) ପକ୍ଷରୁ ନର୍ଲାଠାରେ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଚେତନ ତଥା ଆମ୍ବେଦକରବାଦ୍ ଓ ମହାପୁରୁଷ ମାନଙ୍କ ବିଚାରକୁ ଗ୍ରାମେ ଗ୍ରାମେ ପ୍ରଚାର ପ୍ରସାର କରିବା ଏବଂ ଏଓଏସସିଏଫର ସଂଗଠନ ଗ୍ରାମ, ପଞ୍ଚାୟତ ଓ ଜୋନ୍ ସ୍ତରରେ ଗଠନ କରିବା ପାଇଁ ଏହି ‘ସଂକଳ୍ପ ସଭା’ କରାଯାଇଛି ବୋଲି ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ ପ୍ରକାଶ କରିଛନ୍ତି। ଏଓଏସସିଏଫ ନର୍ଲା ବ୍ଳକ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ସିଡୁଳ୍ଡ କାଷ୍ଟ୍ ଫେଡେରେସନ୍ କଳାହାଣ୍ଡି ଜିଲ୍ଲା ସଭାପତି  ଧନଞ୍ଜୟ ଦୀପ, ସାଧାରଣ ସମ୍ପାଦକ ଜତିନ୍ଦ୍ର କରଙ୍କ ସମେତ କେସିଙ୍ଗା ସଭାପତି, କେସିଙ୍ଗା ଏନଏସି ସଭାପତି, କଳମପୁର ବ୍ଳକ ସଭାପତି, ବାରବନ୍ଦା ପଞ୍ଚାୟତ ସଭାପତି, ଲଞିଗଡ ସିଆରସିସି ଭୋଦେବ ନିଆଲ୍, ଅଲ୍ ଓଡିଶା ସିଡୁଳ୍ଡ କାଷ୍ଟ୍ ଫେଡେରେସନ୍ ଜିଲ୍ଲା ମହିଳା ସଭାନେତ୍ରୀ ସୁଭଦ୍ରା ଶେଖ୍ ଆଜାଦ୍, ନର୍ଲା ବ୍ଳକ ମହିଳା ସଭାନେତ୍ରୀ ଲୋଚନା କୁମାର ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଅଲ୍ ଓଡିଶା ସିଡୁଳ୍ଡ କାଷ୍ଟ୍ ଫେଡେରେସନ୍ ନର୍ଲା ବ୍ଳକର ଖାଲି ପଡିଥିଲା ପଦବୀ ମଧ୍ୟ ପୁରଣ କରାଗଲା। ଯଥା; ଏଓଏସସିଏଫ ସାଧାରଣ ସମ୍ପାଦକ ଭାବରେ ଜୟବିଭାର ଓ ନର୍ଲା ବ୍ଲକ ମୁଖ୍ୟ ଉପଦେଷ୍ଟା  ଭାବରେ ଧର୍ମୁ କୁମାର ତାଣ୍ଡିଙ୍କ ସର୍ବସମ୍ମତିକ୍ରମେ ଘୋଷିତ ହୋଇଛି। ସଭାରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଏଓଏସସିଏଫ ନର୍ଲା ବ୍ଲକର କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମ ପରାଚାଳନାରେ ସହଯୋଗ କରିଥିଲେ। ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷ ହେଲା ପରେ ଜିଲ୍ଲା ଟିମ୍ ଓ ନର୍ଲା ବ୍ଳକ ଟିମ୍ ନର୍ଲା ଥାନାଧିକାରୀଙ୍କୁ ସାକ୍ଷାତ କରିବାସହ ଥାନା ଅଞ୍ଚଳର ଅନେକ ମାମଲା ଓ ସମସ୍ୟା ଉପରେ ଆଲୋଚନା କରିଥିବା ଜଣାପଡିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.