ଦେଣ୍ଡୋଗୁଡା ମା ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଶଙ୍କରମାଲ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଗ୍ରାମ ପଞ୍ଚାୟତର ଦେଣ୍ଡୋଗୁଡା ମା ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ କଶୃପଡା ବନାମ ଶଙ୍କରମାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶଙ୍କରମାଲ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୮ ଓଭରରେ ୪ ୱିକେଟ ହରାଇ ୯୪ ରନ୍ କରିଥିଲେ। ଜବାବରେ କଶୃପଡା ଦଳ ୬ ୱିକେଟ ହରାଇ ୮୯ ରନ କରିବାରେ ସକ୍ଷମ ହୋଇଥିଲେ। ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଶଙ୍କରମାଲ ଏକାଦଶ ଫାଇନାଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି। ମାଁ ମାଣିକେଶ୍ଵରୀ କ୍ରିକେଟ କ୍ଳବ୍ ଦେଣ୍ଡୋଗୁଡା ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ଗତ ୬/୩ ରେ ଆରମ୍ଭ ହୋଇଥଲା । ଆୟୋଜକ କ୍ଲବର ସଭାପତି ଶରତ କରୁଆଁ ଓ ସମ୍ପାଦକ ଚୁଡ଼ାମଣି ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। କ୍ଲବର ବରିଷ୍ଠ ସଦସ୍ୟ ବସନ୍ତ କରୁଆଁ, ନିଧି କରୁଆଁଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଅମ୍ପାୟର ଭାବରେ ନିଲେଶ ତାଣ୍ଡି, ମନୋଜ ତାଣ୍ଡି ଓ ବିରଞ୍ଚି ମାଝୀ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ବିଜୟ କୁମାର କରୁଆଁ ଫାଇନାଲ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ତଥା ଆଦିବାସୀ ଯୁବ ନେତା ହରିଶଙ୍କର ମାଝୀ ଯୋଗ ଦେଇ ଚମ୍ପିୟାନ ଶଙ୍କରମାଲକୁ ଟ୍ରଫି ସହ ନଗଦ ୧୫,୦୦୦ ଟଙ୍କା ଓ ଉପ ବିଜେତା କଶୃପଡା ଏକଦଶକୁ ଟ୍ରଫି ସହ ନଗଦ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଏଥିରେ ମେନ ଅଫ ଦି ମ୍ୟାଚ ଓ ମେନ ଅଫ ଦି ସିରିଜ ଭାବରେ ଖେଳାଳିଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଯୁବକ ସଂଘର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଥିବାରୁ କ୍ଲବର ସଭାପତି ଓ ସମ୍ପାଦକ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.