ଚନ୍ଦ୍ରମଣି ନାଟ୍ୟ ସଂଘ ଗୃହ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଓଡ଼ିଆ ବାର୍ତ୍ତା): ଓଡ଼ିଶାର ଅଗ୍ରଣୀ ଶତାୟୁ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ର ଅନୁଷ୍ଠାନ ଗୃହ ଆଜି ଶୁଭ ଉଦ୍ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇ ଗୃହ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ ଉପସ୍ଥିତ ରହି ଥିବା ବେଳେ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ, ଚନ୍ଦ୍ରମଣି ନାଟ୍ୟ ସଂଘ ର ସମ୍ପାଦକ ହେମନ୍ତ ସାହୁ, ବରିଷ୍ଠ ସଦସ୍ୟ ହିରେନ୍ଦ୍ର ପ୍ରତାପ ସିଂହଦେଓ, ବାସୁଦେବ ମହାରଣା, ଗଙ୍ଗାଧର ପ୍ରହରାଜ, ଶ୍ରୀପତି ପଟ୍ଟନାୟକ, ଲଳିତ ମହାଳିକ, ଭୁବନ ବିକ୍ରମ ସିଂହ ଦେଓ, କୁବେର ମହାଖୁଡ଼, ସତ୍ୟ ନାରାୟଣ ସାହୁ, ରମେଶ ଚନ୍ଦ୍ର ରାଉତ, ରଶ୍ମି ରଂଜନ ପ୍ରହରାଜ, ରାକେଶ କୁମାର ଶତପଥୀ, ପ୍ରଦୀପ ସିଂହ, ବିପ୍ର ଚରଣ ମହାରଣା, ଶିବ ପ୍ରସାଦ ଶତପଥୀ, ଜିତେନ୍ଦ୍ର ପାତ୍ର,ଉପେନ୍ଦ୍ର ମହାଖୁଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ରମଣି ନାଟ୍ୟ ସଂଘ ଗତ ବର୍ଷ ତା’ର ଶତ ବାର୍ଷିକୀ ମହୋତ୍ସବ ପାଳନ କରିଥିବା ବେଳେ ଓଡ଼ିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଆଗାମୀ ଦିନରେ ଏହି ନାଟ୍ୟ ସଂଘ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ଅବସରରେ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.