ତେଲିପଡ଼ାଠାରେ ଶ୍ରୀମଦ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦରମହକୁମା ସ୍ଥିତ ତେଲିପଡ଼ା ଠାରେ ଶ୍ରୀମଦ ଭାଗବତ ମହାପୁରାଣ ଜ୍ଞାନ ଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି | ଚଳିତ ମାସ ୯ ତାରିଖରୁ ଏହା ଆରମ୍ବ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ଚାଲିଥିଲା | ଏହି ଭାଗବତ କଥାରେ ପଣ୍ଡିତ ପୂଜ୍ୟ ଶ୍ରୀ ଗୋପାଳ ନନ୍ଦନ ପ୍ରେମାନନ୍ଦ ଜୀ ମହାରାଜ ନାରଦଙ୍କ ପୂର୍ବଜନ୍ମ, ପରୀକ୍ଷିତଙ୍କ ଜନ୍ମ, ବରାହ ଅବତାର, କପିଲ ଜନ୍ମ, ଶିବସତୀ କଥା, ଧ୍ରୁବ କଥା, ଜଡ଼ ଭରତ କଥା, ଅଜାମିଲ କଥା, ପ୍ରହଲ୍ଲାଦ କଥା, ଗଜେନ୍ଦ୍ର ମୋକ୍ଷ୍ୟ କଥା, ମୋହନୀ ଅବତାର, ବାମନ ଅବତାର, ଶ୍ରୀକୃଷ୍ଣ ଜନ୍ମଉତ୍ସବ, ବାଳ ଲୀଳା, ଦହି ଲୁଟ, ୫୬ ଭୋଗ, ଗୋବର୍ଧନ ପୂଜା, ରାସ ଲୀଳା, କଂଶ ବଦ୍ଧ, ରୁକ୍ମଣୀ ବିବାହ, ସୁଦାମା ଚରିତ୍ର, ପରୀକ୍ଷିତ ମୋଢ, ତୁଳସୀ ବର୍ଷା, ଗୀତା ସାର କଥା ପାଠ କରିଥିଲେ | ଏଥିରେ ଆଖପାଖ ଅଂଚଳ ହଜାର ହଜାର ଶ୍ରଦ୍ଧାଳୁ ନିତିଦିନ କଥା ଶୁଣିବା ପାଇଁ ଆସୁଥିଲେ | ଏଥି ସହିତ ଏଠାରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରାର ବ୍ୟବସ୍ଥା କରାଯାଇଥିଲା | ବିଶେଷ କଥା ଏହାର ଆୟୋଜକ କମିଟିରେ ପୁରାପୁରି ଭାବେ ମହିଳା ସଦସ୍ୟ ଅଛନ୍ତି | ସେମାନେ ହିଁ ଏହାକୁ ଭବ୍ୟ ଭାବେ ଆୟୋଜନ ଓ ପରିଚାଳିତ କରିଥିଲେ | କମିଟି ସଭାପତି ନଳିନୀ ପରିଡା ସୁନା , ସମ୍ପାଦକ ହରବାଇ ସାହୁ, କୋଷାଧକ୍ଷ କଳ୍ପନା ମହାନନ୍ଦ ଓ ସଦସ୍ୟ ରାମବାଇ ପଟେଲ, ଗୌରୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ | ଏହା ସହିତ ଉପଦେଷ୍ଟା ଭାବେ ମୁରଲୀ ସୁନା, କୃଷ୍ଣ ସିଂ, ଥାନେଶ୍ୱର ସୁନା, ମହେଶ ନିଆଲ, ହରି ସାହୁ, ବିଷ୍ଣୁ ଚରଣ ଭୂଇଁୟା, ଥାନେଶ୍ୱର ସାହୁ, ରାଜେଶ ବାଗ ପ୍ରମୁଖ ବିଶେଷ ଭାବେ ସହଯୋଗ ପ୍ରଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.