କଳାହାଣ୍ଡି/ ଓଡ଼ିଆ ବାର୍ତ୍ତା (ହେମନ୍ତ ସାହୁ): ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଦିନକୁ ଦିନ ସରଗରମ ହେଉଚି ମଇଦାନ। କଂଗ୍ରେସ ଦଳ ପକ୍ଷରୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଆଜି ମ.ରାମପୁର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାର ସମୟରେ ପିସିସି ସଦସ୍ୟ ବିଭୂତି ଭୂଷଣ ମହାଖୁଡ଼, ମ.ରାମପୁର ବ୍ଲକ୍ ସଭାପତି ରୁଦ୍ର ପ୍ରତାପ ସିଂହ, ଜୋନ ସଭାପତି ବାବୁଲା ନାଏକ, ପଞ୍ଚାୟତ ସଭାପତି ଦିଲ୍ଲୀପ ମହାଖୁଡ୍, ରଶ୍ମି ରଂଜନ ପ୍ରହରାଜ, ଚମରା ବଗର୍ତ୍ତୀ, ଚିତ୍ତ ରଂଜନ ବାଗ, ବସନ୍ତ ସାହୁ, ଯଶୋଦା ନାଗ, ସଞ୍ଜୀବ ସାହୁ,ଲବୀର ଭୋଇ, ଆର୍ୟନ ମିତ୍ତଲ ପ୍ରମୁଖ ଉପସ୍ଥିତ ରହି ପ୍ରଚାରରେ ସାମିଲ ହୋଇଥିଲେ।