ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଶ୍ରୀରାମ ନବମୀ ପାଇଁ ବୁଧବାର କୋକସରା ଶ୍ରୀରାମ ସେନା ପକ୍ଷରୁ ବ୍ଳକ ସଦର ମହକୁମାଠାରୁ ଡୋକରୀ ଚଞ୍ଚରା ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏଥିରେ ଶହ ଶହ ସଂଖ୍ୟକ ଶ୍ରୀରାମ ଭକ୍ତ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି ମାଝିଗୁଡା, ମହୁଲମୁଡା, ଝରିଆଗୁଡା, ଛିଲିପାମାଲ, ଡହଗାଁ, ମୁଷାପାଲି, ବେହେରା, ଘଣ୍ଟିଗୁଡା, ଖଲିଗଡ଼ ଆଦି ବିଭିନ୍ନ ଗାଁ ପରିକ୍ରମା କରି ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରା ଶ୍ରୀରାମ ମନ୍ଦିରରେ ପହଞ୍ଚି ଥିଲେ। ସେଠାରେ ଶହ ଶହ ଲୋକଙ୍କ ଗହଣରେ ସେମାନଙ୍କୁ ସ୍ଵାଗତ କରାଯାଇଥିବାବେଳେ ଜୟ ଶ୍ରୀରାମ ଧ୍ବନିରେ ଗୁଞ୍ଜରିତ ହୋଇ ଉଠିଥିଲା ପୁରା ପରିବେଶ। ଏହି ବିଶାଳ ଶୋଭାଯାତ୍ରାରେ ଶ୍ରୀରାମ ସେନାର କ୍ଷୀରସିନ୍ଧୁ ନେଗୀ, ମହେଶ ଗୁପ୍ତା, ମାନସ ପ୍ରଧାନୀ, ମୋହନ ବାଗ, ଅମ୍ୟ ରଞ୍ଜନ ପ୍ରଧାନୀ, ବିବେକ ଶର୍ମା, ଜିତୁ ପ୍ରଧାନୀ, ଅମୁଲ୍ୟ ବିଶି, ଅଧିରାଜ ନାଏକ, ପ୍ରବୀଣ ଶବର, ଲିପନ ଶବର, ପପୁ ଦଣ୍ଡସେନା, ଶକ୍ତି ଶବର, ଶୁଭମ ପୂଝାରୀ, ମାନସ ବେହରା, ଚିତ୍ରସେନ ବେହେରା, ମଣ୍ଟୁ ପ୍ରଧାନୀ ସମେତ ଶ୍ରୀରାମ ଭକ୍ତମାନେ ସାମିଲ ହୋଇଥିଲେ।