ନୂଆପଡାରେ ଶ୍ରୀରାମ ନବମୀ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଶ୍ରୀରାମ ନବମୀକୁ ନେଇ ଉତ୍ସବମୁଖର ହୋଇ ଉଠିଥିଲା ନୂଆପଡ଼ା। ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଶ୍ରୀରାମ ମନ୍ଦିରରୁ ଏରିଗେସନ ଛକ ରାଧା କୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ପରିପେକ୍ଷୀରେ ଏକ ରଥ ବାହାନରେ କୁନି କୁନି ଶିଶୁମାନେ ପ୍ରଭୁ ଶ୍ରୀରାମ, ମା ସୀତା, ଲକ୍ଷଣ ଓ ହନୁମାନ ବେଶରେ ସଜେଇ ହୋଇ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲେ। ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରୀରାମ ଭକ୍ତଗଣ ବାହାରି ଶ୍ରୀରାମଙ୍କର ଗୀତ ଏବଂ ଘଣ୍ଟ ଶଙ୍ଖ ସଂକୀର୍ତନରେ ନାଚି ଝୁମିଥିଲେ। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସରୋଜ ସାହୁ, ଅଭିନନ୍ଦନ ପଣ୍ଡା, ଶମ୍ଭୁ ଗୁପ୍ତା, ହରିଶ ଚନ୍ଦ୍ର ପଣ୍ଡା, ପ୍ରଦୀପ ସ୍ୱାଇଁ, ପ୍ରେମ ସାହୁ, ଅଶୋକ ଦେୱାଙ୍ଗନ, ହିନ୍ଦୁ ଯୁବ ସଂଗଠନ ଏବଂ ବିଭିନ୍ନ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.