ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଶ୍ରୀରାମ ମନ୍ଦିରରୁ ଏରିଗେସନ ଛକ ରାଧା କୃଷ୍ଣ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ ଶୋଭାଯାତ୍ରା ନୂଆପଡା ହିନ୍ଦୁ ଯୁବ ସଂଗଠନ ତରଫରୁ ଆୟୋଜନ କରାଯାଇଥିଲା | ଏହି ପରିପେକ୍ଷୀରେ ହିନ୍ଦୁ ଯୁବ ସଂଗଠନର ଯୁବକ ଭାଇମାନେ ସ୍ଥାନୀୟ ଏକତା ଛକ ଠାରେ ହନୁମାନ ଚାଳିସା ପଠନ କରିଥିଲେ | ଏକ ବଡ଼ ଲାଇଟ ଓ ସାଉଣ୍ଡ ଗାଡିରେ ଶୋଭାଯାତ୍ରାରେ ସାମିଲ ଶ୍ରୀରାମ ଭକ୍ତ ଶ୍ରୀରାମଙ୍କର ଗୀତରେ ନାଚି ଝୁମିଥିଲେ | ସ୍ଥାନୀୟ ଏରିଗେସନ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ଯୁବ ସଂଗଠନ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରାର ବ୍ୟବସ୍ଥା କରାଯାଇଥିଲା | ଯୁବ ସଂଗଠନର ସଦସ୍ୟ ସମ୍ପୂର୍ଣ ନୂଆପଡା ମୁଖ୍ୟ ରାସ୍ତାରେ ଗେରୁଆ ଝାଲେରି ଲଗାଇ ନୂଆପଡାକୁ ଅତି ସୁନ୍ଦର ଭାବେ ସଜାଇଥିଲେ | ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ | ଅଭିଳାଷ ଦଣ୍ଡସେନା, କିଶନ ଦଣ୍ଡସେନା, ଶିବା ସହିସ, କ୍ରିଷ୍ଣା ସାହୁ, ତୁଷାର ଦଣ୍ଡସେନା, ଜିତେନ୍ ଦଣ୍ଡସେନା, ଅନିଲ ଯାଦବ, ବିଷ୍ଣୁ ସାହୁ, ସୁନୀଲ ଯାଦବ, ଅନୁଭବ ଦାଶ, ପ୍ରଦୀପ ମାଝୀ, ଭୀଷ୍ମ ମାଝୀ, ରାହୁଲ ଯାଦବ, ସତିୟାମ ବନଛୋର, ଅତିଶ ଯାଦବ, ନିଖିଳ ଯାଦବ, ନରେଶ ଦଣ୍ଡସେନା, ଶୁଭମ ବେହେରା, ଭାନୁ ଅହୀର, ଶୁଭମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ |