କମଲାବାରିଠାରେ କଂଗ୍ରେସ ଦଳର କର୍ମୀ ସମ୍ମିଳନୀ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କମଲାବାରିଠାରେ କଂଗ୍ରେସ ଦଳ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କରି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ତୁଲେଶ୍ୱର ନାଏକଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକଜୁଟ ହୋଇ କେନ୍ଦ୍ର କଂଗ୍ରେସ ଦଳକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ। କେନ୍ଦ୍ର ବିଜେପି ସରକାର ଓ ରାଜ୍ୟରେ ଥିବା ବିଜେଡି ସରକାରର ଅପାରଗତାକୁ ଲୋକ ଲୋଚନକୁ ଆଣି କଂଗ୍ରେସ ଦଳକୁ ଉଭୟ ଲୋକସଭା ଓ ବିଧାନସଭାରେ ବିଜୟୀ କରିବା ଜରୁରି ବୋଲି କହିଥିଲେ। ଉକ୍ତ ଅବସରରେ ରାହାସ ପୁଟେଲ ଓ ପିଣ୍ଟୁ ଘିଙ୍କ ନେତୃତ୍ୱରେ ଫରଙ୍ଗ ଗ୍ରାମପଞ୍ଚାୟତର ଶତାଧିକ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ସଭାପତି ନଉକେଶ୍ୱର ପୁଟେଲ, ବରୁଷ୍ଠ କଂଗ୍ରେସ ନେତା ସୋମେଶ୍ୱର ମୁନି, କୁରୁକ୍ଷେତ୍ର ବନ୍ଦିଛୋର, ପରମାନନ୍ଦ ମାଝୀ, ମହିଳା ନେତ୍ରୀ ପଦ୍ମିନି ଜାନି, ଗୋଲାପି ମାଝୀ, ମଣ୍ଟୁ ସାହୁ, ନନ୍ଦ ସେଠିଆ, ଜୟରାମ ସୁନା, ଶରତ ଭୋଇ, ଛିନୁ ଦୀପ, ଥବିର ନାଏକ, ଲମ୍ବୁ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ନିର୍ବାଚନରେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରୁ ତୁଲେଶ୍ୱର ନାଏକ, ବିଜେପି ଦଳରୁ ମନୋଜ ମେହେର ଓ ବିଜେଡି ଦଳରୁ ଦୁଇଥର ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ନିର୍ବାଚନ ଲଢୁଛନ୍ତି। ଚଳିତ ନିର୍ବାଚନରେ ତ୍ରମୁଖୀ ଲଢେଇ ହେବ ବୋଲି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.