ନର୍ଲାରେ ଆରମ୍ଭ ହେଲା ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ଠୁଁ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଭବ୍ୟ କଳସ ଯାତ୍ରାରେ ଜଳ ନେଇ ଆସି ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ଅସ୍ଥାୟୀ ପ୍ରହରୀ ମଣ୍ଡପ ଠାରେ କଳସ ସ୍ଥାପନା କରିବା ସହ ବେଲ ବରଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ୨୪ ପ୍ରହର ନାମଯଜ୍ଞର ବ୍ୟବସ୍ଥାପକ ସୁନୀଲ କୁମାର ଚାନ୍ଦ ରହିଛନ୍ତି। ଶୁକ୍ରବାର ସକାଳ ୭.୧୫ ସମୟରେ ନାମ ଆରମ୍ଭ କରିଛନ୍ତି ନର୍ଲା ସଂକୀର୍ତ୍ତନ ମଣ୍ଡଳୀ। ଚଳିତ ବର୍ଷ ଯଜ୍ଞ ପରିଚାଳନା କରୁଥିବା ଶ୍ରୀଶ୍ରୀ ବଳଭଦ୍ରଶ୍ବର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଅଭୟ କୁମାର ଚାନ୍ଦ୍ ଦାଇତ୍ୱ ବହନ କରିଥିବା ବେଳେ, ଉପସଭାପତି ଭାବରେ ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବରେ କିଶୋର ମାଝୀ, କୋଷାଧ୍ୟକ୍ଷ ଭାବରେ ରାଜେନ୍ଦ୍ର ନାରାୟଣ ପୂଝାରୀ (ଟିମ୍ପୁ), ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଅନମୋଲ ଚାନ୍ଦ (ବଣ୍ଟୁ) ତଥା ଅନ୍ୟାନ୍ୟ ପଦପଦବୀରେ ସରୋଜ କୁମାର ଚାନ୍ଦ୍, ପୂର୍ଣ୍ଣ ପୂଝାରୀ, ବଡ ହଂସ, ସୁବୋଧ ମିଶ୍ର, ମୋହିତ ମିଶ୍ର, ମନ୍ମୟ ଚାନ୍ଦ, ସଞ୍ଜୀବ ଚାନ୍ଦ, ନରସିଂହ ନାଏକ, ମୋହନ ବାଗ, ମୋହନ ବେହେରା, ବୁଠି ହଂସ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ସେହିଭଳି ଯଜ୍ଞ କର୍ତ୍ତା ଭାବରେ ବିଜୟାଲକ୍ଷ୍ମୀ ଭଞ୍ଜ ଓ ପରମା ଭଞ୍ଜ ଦମ୍ପତି କାର୍ଯ୍ୟ ନିର୍ବାହନ କରୁଥିବା ବେଳେ, ପୂଜକ ଭାବରେ ନର୍ଲା ର ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର, ଦୟାନିଧି ବିଶି, ଜପକ ଭାବରେ ଗୋପବନ୍ଧୁ ବେହେରା ଓ ପିଙ୍କୁ ମିଶ୍ର, ସହଯୋଗୀ ଭାବରେ ପ୍ରଭୋବ ଚାନ୍ଦ ରହି ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି। ପରିଚାଳନା ସମିତିର ସଦସ୍ୟ ମାନେ ଅନ୍ନ ଭୋଗର ଦାଇତ୍ୱରେ ରହି ଆନନ୍ଦ ବଜାର ପରିଚାଳନା କରୁଛନ୍ତି। ଚଳିତ ବର୍ଷ ଏହି ଚବିଶ ପ୍ରହର ନାମଯଜ୍ଞ ପାଇଁ ଆୟୋଜକ ନର୍ଲା ସଙ୍କୀର୍ତ୍ତନ ମଣ୍ଡଳୀ ସହ ସମୁଦାୟ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାଯାଇଛି। ନର୍ଲାରେ ଭୀଷଣ ଗରମ ଯୋଗୁଁ ନାମଯଜ୍ଞରେ ଜନସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପରିଚାଳନା କମିଟିର ସମ୍ପାଦକ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ନାମଯଜ୍ଞ ଆସନ୍ତା ଅପ୍ରେଲ ୨୨ ସୋମବାର ସକାଳ ୭.୧୫ ରେ ପୂର୍ଣ୍ଣାହୂତି ପଡିବ ବୋଲି ପରିଚାଳନା କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି। ନର୍ଲାର ସମସ୍ତ ଯୁବପିଢୀ ଓ ଜନସାଧାରଣ ନାମଯଜ୍ଞର ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.